Latest Odisha News

BREAKING NEWS

ଦେଶରେ କରୋନାରୁ ସୁସ୍ଥ ହେଲେଣି ୧କୋଟି ୬ଲକ୍ଷ ଆକ୍ରାନ୍ତ, ଲକ୍ଷେ ୪୦ ହଜାର ତଳେ ଆକ୍ଟିଭ୍ କେସ

ନୂଆଦିଲ୍ଲୀ: ଦେଶରେ ଖସୁଚି କରୋନା ଆକ୍ଟିଭ୍ କେସ୍ । ସୁସ୍ଥହାର ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୨ହଜାର ୧୪୩ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୧ହଜାର ୩୯୫ ସଂକ୍ରମିତ ।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୮ଲକ୍ଷ ୯୨ହଜାର ୭୪୬କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ଆରୋଗ୍ୟ ଲାଭ କଲେଣି ୧କୋଟି ୬ଲକ୍ଷ ୬୨୫ ଆକ୍ରାନ୍ତ । ଏବେ ଦେଶରେ ୧ଲକ୍ଷ ୩୬ହଜାର ୫୭୧ଟି କରୋନା ଆକ୍ଟିଭ କେସ୍ ରହିଛି । ସୁସ୍ଥ ହାର ରହିଛି ୯୭.୩୨ %।

ଦେଶରେ ମୃତ୍ୟୁସଂଖ୍ୟା ବଢୁଥିଲେ ବି ଦୈନିକ ଡେଥ୍ କେସ୍ ଶହେ ରହୁଛି । ଗତ ୨୪ ଘଣ୍ଟାରେ ଆଉ ୧୦୩ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୫ହଜାର ୫୫୦କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.