Latest Odisha News

BREAKING NEWS

ଆଇଏମ୍‌ଏସ୍ ଆଣ୍ଡ ସମର ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଯୋଗ ଶିକ୍ଷା ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଚଳିତ ବର୍ଷର ନୂତନ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯାଇଛି।

ଡକ୍ଟର୍‌ସ ଓରିଏଂଟେସନ୍ ପ୍ରୋଗ୍ରାମ୍-୨୦୨୧ ଅବସରରେ ଗତ ଫେବୃଆରୀ ୩ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ମେଡିକାଲ୍ କଲେଜ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆଇଏମ୍‌ଏସ୍ ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଉଦ୍‌ଘାଟନ କରିଥିଲେ।

ପ୍ରତ୍ୟେହ ଅପରାହ୍ନ ୩ ଟାରୁ ୫ଟା ପର୍ଯ୍ୟନ୍ତ ନୂତନ ଭାବେ ଯୋଗ ଦେଇ ଥିବା ୨୫୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସୂର୍ଯ୍ୟ ନମସ୍କାର, ଆସନ ଓ ପ୍ରାଣାୟାମ ଯୋଗାଭ୍ୟାସ କରାଇବା ସହ ଓଁକାର ଧ୍ୱନି ମନ ଓ ଶରୀର ଉପରେ କିଭଳି ପ୍ରଭାବ ପକାଇଥାଏ ସେ ନେଇ ଶିକ୍ଷା ପ୍ରଦାନ କରିଥିଲେ ସୋଆର ଯୋଗ ଶିକ୍ଷକ ଅଖିଳଚନ୍ଦ୍ର ରଣା। ତାଙ୍କର ଏହି କାର୍ଯ୍ୟକ୍ରମରେ ମନୋଜ ସିଂ ସହଯୋଗ କରିଥିଲେ।

Comments are closed.