Latest Odisha News

BREAKING NEWS

ସରକାରୀ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ପିଲାଙ୍କୁ ଦିଆଯିବ ସ୍ପୋକେନ୍ ଇଂରାଜୀ ଶିକ୍ଷା: ମନ୍ତ୍ରୀ

ଭୁବନେଶ୍ୱର: ଓଡିଶାର ସମସ୍ତ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ତୃତୀୟ ଶ୍ରେଣୀରୁ ଇଂରାଜୀ ଶିକ୍ଷା ଦିଆଯାଉ ଥିବାବେଳେ ଚଳିତ ବର୍ଷ ପ୍ରଥମ ଶ୍ରେଣୀରୁ ସ୍ପୋକେନ୍ ଇଂରାଜୀ ଶିକ୍ଷା ଆରମ୍ଭ ହେବ।

ଏନେଇ ଶନିବାର ଦିନ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ସେ କହିଛନ୍ତି ଯେ ପ୍ରାଥମିକ ପର୍ଯ୍ୟାୟରେ ଏଭଳି ଶିକ୍ଷା ପ୍ରଦାନ ଦ୍ବାରା ଛାତ୍ରଛାତ୍ରୀ ମାନଙ୍କର ଯୋଗାଯୋଗ ଦକ୍ଷତା ବୃଦ୍ଧି ପାଇବ।

୩୦ଟି ଜିଲ୍ଲାର ୧୦୧ଟି ବିଦ୍ୟାଳୟରେ ସ୍ପୋକେନ୍ ଇଂରାଜୀ ଶିକ୍ଷା ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.