Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ
ତା ୧୫-୨-୨୦୨୧ ସୋମବାର


ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଫେବୃୟାରୀ ତା ୧୫ରିଖ ସୋମବାର କୁମ୍ଭ ୪ଦିନ ମାଘ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଉତ୍ତର ଭାଦ୍ର ନକ୍ଷତ୍ର ମୀନ ଚନ୍ଦ୍ର
ଆଜିର ଘାତ ବାର- ମିଥୁନ ରାଶିର
ଆଜିର ଘାତ ଚନ୍ଦ୍ର- ଧନୁ ରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର
ଆଜିର ନିଷେଧ ଖାଦ୍ୟ- ମୂଳା

ମେଷ:
ଆଜି ଜୀବନ ସାଥୀର ଭରସା ଜିତିବାରେ ସଫଳତା ଆଣିଦେବ। ରାଜନୀତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ‌।ଶତ୍ରୁମାନେ ପରାଜିତ ହେବେ। ମହିଳାମାନେ ସୌଭାଗ୍ୟବତୀ ହେବେ‌।

ବୃଷ:
ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ। ବ୍ୟବସାୟ ବାଣିଜ୍ୟରେ ଦେଖା ଦେଉଥିବା ସମସ୍ୟାର ସମାଧାନ ହେବ। ଧନ ଲାଭର ଯୋଗ ରହିଛି । ବନ୍ଧୁଙ୍କ ସହିତ ଦୂର ସ୍ଥାନକୁ ଭ୍ରମଣ କରିପାରନ୍ତି।

ମିଥୁନ:
ଆଜି ଦିନଟି ଖୁବ୍ ଭଲ ରହିବ। କାର୍ଯ୍ୟ କ୍ଷେତ୍ରରେ ସଫଳତା ଆପଣଙ୍କୁ ମିଳିବ। ପୂର୍ବର ସମସ୍ୟା ସମାଧାନ କରିବେ। ବ୍ୟବସାୟ ପାଇଁ ପାଇଁ ଦିନଟି ବହୁତ ଭଲ।ମହିଳାମାନେ ଜଗିରଖି ଚଳନ୍ତୁ ଶାରୀରିକ ପୀଡ଼ା ଦେଖାଦେଇପାରେ।

କର୍କଟ:
ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ଯୋଜନା କରିବା ପାଇଁ ନିଷ୍ପତ୍ତି ନେଲେ ସଫଳତା ମିଳିବ। କର୍ମଜୀବୀ ମହିଳାମାନେ କର୍ମ କ୍ଷେତ୍ରରେ ପଦୋନ୍ନତି ପାଇବେ। ପାରିବାରିକ ଜୀବନ ସୁଖପ୍ରଦ ହେବ।

ସିଂହ:
ଆଜି ସମସ୍ତ କାର୍ଯ୍ୟରେ ଜୟଯୁକ୍ତ ହେବେ। ବିକାଶ ପାଇଁ ଦିନଟି ଶୁଭ ପ୍ରଦ ହେବ। କାର୍ଯ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ। ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ହେବ ଓ ପ୍ରେମଭାବ ବୃଦ୍ଧି ପାଇବ।

କନ୍ୟା:
ଆଜି ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଲେଖକ ଲେଖିକାଙ୍କୁ ପୁରସ୍କାର ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ।

ତୁଳା:
ଆଜି ପ୍ରଭୁଙ୍କ ଦର୍ଶନରେ ମନକୁ ଶାନ୍ତି ମିଳିବ। ଯେଉଁ କାମ ମନପ୍ରାଣ ଦେଇ କରିବେ ସଫଳତା ନିଶ୍ଚିତ ପାଇବେ। ଚାକିରିଆଙ୍କୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ଆୟ ଅପେକ୍ଷା ବ୍ୟୟ ଅଧିକ ବଢିଯିବ।

ବିଛା:
ଆଜି କୌଣସି ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହେବେ। ଆଧୢାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ।

ଧନୁ:
ଆଜିର ଦିନଟି ଶୁଭପ୍ରଦ ହେବ। ଆଶା କରୁଥିବା ଦିଗରୁ ଅର୍ଥ ଲାଭ କରିବେ । ଯାହା ବି କରନ୍ତୁ; ଗୁରୁଜନମାନ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ମହିଳାମାନେ ଗୃହ ସାଜସଜ୍ଜା ପ୍ରତି ଯତ୍ନଶୀଳା ହେବେ

ମକର:
ଆଜି ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ ।ଘରେ ଏବଂ ଅଫିସରେ ଖୁସିର ବାତାବରଣ ରହିବ। ରାଜନୀତିରେ ମହତ୍ୱାକାଂକ୍ଷା ପୂରଣହେବ।

କୁମ୍ଭ:
ଆଜି ଆପଣଙ୍କୁ ସୁସ୍ବାଦୁ ଭୋଜନ ମିଳିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ମହିଳାମାନେ ଆଶାନୁରୂପ ଅର୍ଥ ପ୍ରାପ୍ତି ହେବେ। ଶୁଭ ସମାଚାର ମିଳିବା ଯୋଗ ରହିଛି। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ମୀନ:
ପାରିବାରିକ ସମ୍ପର୍କ ମଧୁର ହେବ। ଜୀବନ ସାଥୀ ସହ ଅଧିକ ସମୟ କଟିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ।ଆଜି କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.