Latest Odisha News

BREAKING NEWS

ଓଡ଼ିଆ ଟିଭି ଚାନେଲ ନନ୍ଦିଘୋଷ ପକ୍ଷରୁ ଜାତି ନନ୍ଦିଘୋଷ କନକ୍ଳେଭ ଆୟୋଜିତ

ଭୁବନେଶ୍ୱର : ଓଡ଼ିଆ ଟିଭି ଚାନେଲ ନନ୍ଦିଘୋଷର ବର୍ଷପୂର୍ତ୍ତି ଉପଲକ୍ଷେ  ‘ଜାତି ନନ୍ଦିଘୋଷ କନକ୍ଳେଭ’  ଆୟୋଜିତ ହୋଇଯାଇଛି ।   ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରଫେସର ନାୟକଙ୍କ ପକ୍ଷରୁ ଏହି ସମ୍ବର୍ଦ୍ଧନା ସୋଆର ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଗ୍ରହଣ କରିଛନ୍ତି ।  କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀ ନାୟକଙ୍କୁ ଏହି ସମ୍ବର୍ଦ୍ଧନାନ ପ୍ରଦାନ କରାଯାଇଛି ।

ଏହି କନକ୍ଳେଭରେ  ଅଗ୍ନିଶମ ଡିଜି ଶ୍ରୀ ସତ୍ୟଜିତ୍ ମହାନ୍ତି, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଓ ଓଡ଼ିଶା ମୋ ପରିବାରର ଆବାହକ ଶ୍ରୀ ଅରୂପ ପଟ୍ଟନାୟକଙ୍କୁ ଅଭିନେତା ସବ୍ୟସାଚୀ ମିଶ୍ର, ଜୟ ଓଡ଼ିଶାର ସଭାପତି ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ସିରାଜୁଦ୍ଦିନ କମ୍ପାନୀ ପ୍ରାଇଭେଟ୍ ଲିମିଟେଡର ଅଧ୍ୟକ୍ଷ ମହମ୍ମଦ ୟୁଶା ସିରାଜୁଦ୍ଦିନ, ଏସ୍‌ଏନ୍‌ ମହାନ୍ତି ଗ୍ରୁପ୍‌ର ଏମ୍‌ଡି ଶ୍ରୀ ପ୍ରବୋଧ ମହାନ୍ତି, ଫାଲକନ ମେରାଇନ ଏକ୍ସପର୍ଟ ଲିମିଟେଡର ଏମ୍‌ଡି ଶ୍ରୀ ତାରା ପ୍ରସାଦ ପଟ୍ଟନାୟକ, ଅଭିନେତ୍ରୀ ବିଜୟଲକ୍ଷ୍ମୀ ପ୍ରହରାଜ, ବାର୍କର ଯୁବ ବୈଜ୍ଞାନିକ ଶ୍ରୀ ଓମ୍ ବିବର୍ତ୍ତ, ଐତିହାସିକ ଶ୍ରୀ ଅନୀଲ ଧୀର, ଟ୍ୱିଟର ଗାର୍ଲ ଚାରୁବାଳା ବାରିକ, ଐତିହ୍ୟ କର୍ମୀ ଶ୍ରୀ ପ୍ରତୀକ ପଟ୍ଟନାୟକ ଓ ଉତ୍କଳିକା କତାରଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଛି

ଏହି ଅବସରରେ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ , ‘ନନ୍ଦିଘୋଷ ଟଭି ଏକ ନିରପେକ୍ଷ ଓ ଦାୟିତ୍ୱବାନ ଗଣମାଧ୍ୟମ ଭାବେ ସଫଳତାର ସହ କାମ କରିଚାଲିଛି ଏବଂ ଓଡ଼ିଆ ମିଡିଆ ଜଗତରେ ନିଜ ସ୍ଥିତି ମଜବୁତ୍ କରିପାରିଛି । ଗଣତନ୍ତ୍ରରେ ମିଡିଆର ସବୁଠାରୁ ବଡ଼ ଦାୟିତ୍ୱ ହେଲା ସାଧାରଣ ଲୋକଙ୍କ ସ୍ୱାର୍ଥର ସୁରକ୍ଷା କରିବା । ଲୋକଙ୍କ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ।

 

Leave A Reply

Your email address will not be published.