Latest Odisha News

BREAKING NEWS

ବରଗଡରେ ଓଲଟିଲା ବରଯାତ୍ରୀ ଗାଡି, ୨ ମୃତ, ୭ ଆହତ

ବରଗଡ଼: ବିଜେପୁର ସର୍ନାପାଲି ବ୍ରିଜରୁ ଖସିଲା ବରଯାତ୍ରୀଙ୍କୁ ନେଇ ଯାଉଥିବା ଅଟୋ । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗତକାଲି ଗୋବିନ୍ଦପାଲି ଅଞ୍ଚଳରୁ ବିଜେପୁର ମାରପଡ଼ାକୁ ବରଯାତ୍ରୀମାନେ ବାହାଘରରେ ଯୋଗ ଦେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଅଟୋଟି ସ୍ୱର୍ଣ୍ଣ ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ସ୍ଥାନୀୟ ଲୋକେ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଡାକ୍ତରଖାନା ନେଇଥିଲେ ।

Leave A Reply

Your email address will not be published.