Latest Odisha News

ଦେଶରେ ୧୧,୬୧୦ ଦୈନିକ କରୋନା ସଂକ୍ରମଣ ମାମଲା , ୧୦୦ ମୃତ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୬୧୦ ଟି ନୂଆ କରୋନା ମାମଲା ରେକର୍ଡ ହେବା ପରେ ବୁଧବାର ଦିନ ଭାରତର କରୋନାଭାଇରସ୍ ରୋଗୀଙ୍କ ସଂଖ୍ୟା ୧୦,୯୩୭,୩୨୦ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲା ସଂଖ୍ୟା ୩୨୩ ହ୍ରାସ ପାଇ ବର୍ତ୍ତମାନ ୧,୩୬,୫୪୯ ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଏହି ସମୟ ମଧ୍ୟରେ ସଂକ୍ରମଣ ହେତୁ ଦେଶରେ ୧୦୦ ଜଣ ରୋଗୀ କରୋନା ଯୋଗୁ ପ୍ରାଣ ହରାଇଛନ୍ତି।

ଭାରତ ମଙ୍ଗଳବାର ଦିନ ଦକ୍ଷିଣ ଆଫ୍ରିକା ଭାରିଆଣ୍ଟ ଷ୍ଟ୍ରେନ୍‌ର S-CoV-2 ଏବଂ ବ୍ରାଜିଲ ଭାରିଆଣ୍ଟ ଷ୍ଟ୍ରେନର ଗୋଟିଏ ମାମଲା ରିପୋର୍ଟ କରିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

Leave A Reply

Your email address will not be published.