Latest Odisha News

ଇଞ୍ଜିନିୟରିଂ, ପଲିଟେକନିକ୍ ଓ ଆଇଟିଆଇରେ ଫିଜିକାଲ୍ କ୍ଲାସ୍ ଆରମ୍ଭ

ଭୁବନେଶ୍ୱର: ପ୍ରାୟ ୧୦ ମାସର ବ୍ୟବଧାନ ପରେ ସମସ୍ତ ପୋଷ୍ଟ ଗ୍ରାଜୁଏଟ୍ (ପିଜି), ଅଣ୍ଡର ଗ୍ରାଜୁଏଟ୍ (ୟୁଜି), ବୈଷୟିକ ବିଶ୍ୱବିଦ୍ୟାଳୟର ଡିପ୍ଲୋମା ଏବଂ ପ୍ରଫେସନାଲ୍ କଲେଜ, ପଲିଟେକନିକ୍ସ, ଡିପ୍ଲୋମା ଇନଷ୍ଟିଚ୍ୟୁସନ୍ ଏବଂ ଆଇଟିଆଇ ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ଫେବୃଆରୀ ୧୭ ଠାରୁ ଫିଜିକାଲ୍ କ୍ଲାସରେ ଯୋଗଦେବେ।

ଗତ ସପ୍ତାହରେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିଥିବା ବେଳେ ଓଡ଼ିଶା ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ କୋଭିଡ-୧୯ ପ୍ରୋଟୋକଲକୁ କଡାକଡି ପାଳନ କରି ବୁଧବାର ଦିନ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ୍ କ୍ଲାସ୍ ଆରମ୍ଭ ହୋଇଛି। ରିସର୍ଚ୍ଚ କାର୍ଯ୍ୟକଳାପ ଗୁଡିକ ମଧ୍ୟ ବୁଧବାର ଠାରୁ ଫିଜିକାଲ୍ ମୋଡରେ ଆରମ୍ଭ ହେବାକୁ ଯାଉଛି।

କୋଭିଡ ଗାଇଡଲାଇନ ଅନୁଯାୟୀ କ୍ଲାସ୍ ରୁମ୍, ଲାବୋରେଟୋରୀ, ହଷ୍ଟେଲଗୁଡିକର ସଂପୂର୍ଣ୍ଣ ସାନିଟାଇଜେସନ୍ କରିବା ଭଳି ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

 

Comments are closed.