Latest Odisha News

BREAKING NEWS

କ୍ରିତିଙ୍କ ପାଇଁ ଫଟୋଗ୍ରାଫର୍‌ ସାଜିଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କ୍ରିତି ସାନନ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ବର୍ତ୍ତମାନ ଜୈସଲମେରରେ ସୁଟିଂ ଚାଲିଛି। ଏହି ସମୟରେ ଅଭିନେତ୍ରୀ ସୁଟିଂ ସମୟରେ ଇନଷ୍ଟାଗ୍ରାମରେ ତାଙ୍କର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି।

ଏହି ଫଟୋର ବିଶେଷ କଥା ହେଉଛି ବଲିଉଡ ଅଭିନେତା ଅକ୍ଷୟ କୁମାର ଏହାକୁ କ୍ଲିକ୍ କରିଛନ୍ତି। ଆଜ୍ଞା ହଁ, କ୍ରିତିଙ୍କ ଫଟୋଗ୍ରାଫର୍‌ ସାଜିଛନ୍ତି ଆକ୍ସନ ବଏ୍‌  ଅକ୍ଷୟ କୁମାର। ସେ କ୍ରିତି ସାନନଙ୍କ ପାଇଁ ଫଟୋଗ୍ରାଫର ହୋଇଛନ୍ତି ଏବଂ ସେ କ୍ୟାମେରାରେ ଅଭିନେତ୍ରୀଙ୍କ ସ ସୌନ୍ଦର୍ଯ୍ୟକୁ କଏଦ କରିଛନ୍ତି।

ଇନଷ୍ଟାଗ୍ରାମରେ କ୍ରିତି ସାନନ୍ ସେୟାର କରିଥିବା ଫଟୋରେ ସେ କ୍ଲୋଜଅପ୍ ସଟ୍ ଦେଉଥିବାର ନଜର ଆସିଛନ୍ତି। ଏହି ଫଟୋରେ କେବଳ କ୍ରିତିଙ୍କ ଚେହେରା ଦୃଶ୍ୟମାନ ହେଉଛି। ଫଟୋ ସେୟାର କରିବା ସମୟରେ ଅଭିନେତ୍ରୀ ଲେଖିଥିଲେ, ‘ଯେତେବେଳେ ବଚ୍ଚନ ପାଣ୍ଡେ ଆକା @ ଅକ୍ଷୟ କାମର ଫଟୋଗ୍ରାଫର ହୁଅନ୍ତି ..’। କ୍ରିତି ସାନନଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Comments are closed.