Latest Odisha News

BREAKING NEWS

କାଲିଠୁ ବିଧାନସଭା ବଜେଟ୍ ଅଧିବେଶନ, ରହିବ ପ୍ରଶ୍ନକାଳ ଓ ଶୂନ୍ୟକାଳ

ଭୁବନେଶ୍ୱର: ଆସନ୍ତାକାଲି ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ୍ ଅଧିନବେଶନ । ବଜେଟ୍ ଅଧିବନେଶନ ପୂର୍ବରୁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦୈଳୀୟ ବୈଠକ ବସିଥିଲା । ସର୍ବଦଳୀୟ ବୈଠକରେ ବଜେଟର ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଛି । ଚଳିତ ବିଧାନସଭା ଅଧିବେଶନର ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ ।

ପ୍ରତିଦିନ ୨ଟି ସିଟିଂରେ ଅଧିବେଶନ ବସିବ । ପ୍ରଥମ ସିଟିଂ ଦିନ ସାଢ଼େ ୧୦ରୁ ସାଢ଼େ ଗୋଟାଏ ଏବଂ ଦ୍ୱିତୀୟ ସିଟିଂ ଅପରାହ୍ଣ ୪ରୁ ୬ଟା ଯାଏ ବସିବ । ସ୍ୱତନ୍ତ୍ର କାର୍ଯ୍ୟଦିବସରେ ଅଧିବେଶନ ସନ୍ଧ୍ୟା ୭ଟା ଯାଏ ଚାଲିବ । ପୂର୍ବଭଳି ସକାଳ ୧୦ଟା ୩୦ରୁ ୧୧ଟା ୩୦ ଯାଏ ପ୍ରଶ୍ନକାଳ ହେବ । ସର୍ବଦଳୀୟ ବୈଠକ ପରେ ଏନେଇ ବାଚସ୍ପତି ସୂର୍ଯ୍ୟ ପାତ୍ର ସୂଚନା ଦେଇଛନ୍ତି । ଆସନ୍ତା ୨୨ ତାରିଖରେ ବିଧାନସଭାରେ ରାଜ୍ୟ ବଜେଟ୍ ଆଗତ ହେବ ।

ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିକ୍ରମ କେଶରୀ ଆରୁଖ, ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ । ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ ।

Leave A Reply

Your email address will not be published.