ହରିଆଣା: ହରିଆଣାରେ ଏକ ଚଳନ୍ତା ଟ୍ରେନ୍ ତଳୁ ସୁରକ୍ଷିତ ଭାବେ ନିଜ ଜୀବନ ବଞ୍ଚାଇବାରେ ସମର୍ଥ ହୋଇଛନ୍ତି ଜଣେ ମଧ୍ୟ ବୟସ୍କା ମହିଳା । ସେହି ସମୟର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ମହିଳା ଜଣକ ଚଳନ୍ତା ଟ୍ରେନ୍ ତଳେ ଚୁପ୍ ହୋଇ ପଡ଼ି ରହିଛନ୍ତି । ଟ୍ରେନ୍ଟି ତାଙ୍କ ଉପର ଦେଇ ଗତି କରି ଯାଇସାରିବା ପରେ ସେ ଉଠି ବସୁଛନ୍ତି ।
ମହିଳା ଜଣକ ମୁହଁକୁ ତଳକୁ କରି ରେଳ ଧାରଣା ଉପରେ ପଡ଼ି ରହିଥିଲେ । ସେଠାରେ ଥିବା ଲୋକମାନେ ମହିଳାଙ୍କୁ ଟ୍ରେନ୍ ତଳେ ସେହିପରି ପଡ଼ି ରହିବାକୁ ପରାମର୍ଶ ଦେଇଥିଲେ । ଟ୍ରେନ୍ଟି ଚାଲିଯିବା ପରେ ସେଠାରେ ଉପସ୍ଥିତ ଲୋକେ ମହିଳାଙ୍କୁ ରେଳଧାରଣା ଉପରୁ ଉଠିବାରେ ସାହଯ୍ୟ କରିଥିବାର ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଟ୍ରେନ୍ଟି ରେଳ ଧାରଣାରେ ଠିଆ ହୋଇ ରହିଥିଲା । ଏହି କାରଣରୁ ମହିଳା ଜଣଙ୍କ ଭାବିଥିଲେ ସେ ଟ୍ରେନ୍ ତଳ ଦେଇ ଅନ୍ୟପଟକୁ ପଳାଇବେ । ମାତ୍ର ସେ ଯିବାକୁ ଉଦ୍ୟମ କରି ଟ୍ରେନ୍ ତଳେ ପଶୁ ପଶୁ ସେହି ସମୟରେ ଟ୍ରେନ୍ଟି ହଠାତ ଚାଲିବା ଆରମ୍ଭ କରିଥିଲା । ମହିଳା ଜଣକ ଆଉ କିଛି ଉପାୟ ନପାଇ ଯାକିଯୁକି ହୋଇ ସେହି ରେଳ ଧାରଣାରେ ନିଜକୁ ପକାଇ ରଖିଥିଲେ । ସୌଭାଗ୍ୟକୁ ମହିଳାଙ୍କ ଜୀବନ ବଞ୍ଚିଯାଇଛି ଓ ମହିଳା ଜଣକ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।
Comments are closed.