Latest Odisha News

BREAKING NEWS

୭ ଦିନ ହେଲା ନାବାଳିକା ନିଖୋଜ, ପତ୍ତା ପାଉନି ପୋଲିସ: ପ୍ରତିବାଦରେ ଥାନା ଘେରାଉ କଲା ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ

ବୀରମହାରାଜପୁର: ନାବାଳିକା ନିଖୋଜର ୭ ଦିନ ପରେ ବି ମିଳୁନି ପତ୍ତା । ପୋଲିସ ନିଷ୍କ୍ରିୟତାର ପ୍ରତିବାଦରେ ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ପକ୍ଷରୁ ବୀରମହାରାଜପୁର ଥାନା ଘେରାଉ କରାଯାଇଛି ।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢି ଗାଁର ସୁରେନ୍ଦ୍ର ସନ୍ୟାସୀଙ୍କ ୧୭ ବର୍ଷିୟ ଝିଅ ଗତ ବୁଧବାର ଠାରୁ ନିଖୋଜ ଅଛନ୍ତି । ଏନେଇ ବୀରମହାରାଜପୁର ଥାନାରେ ୧୧ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ଝିଅର ବାପା । ହେଲେ ୭ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ । 

ଏହାର ପ୍ରତିବାଦରେ ବସ୍ତି ବାସିନ୍ଦା ସୁରକ୍ଷା ମଂଚ ପକ୍ଷରୁ ଥାନା ଘେରାଉ କରିବା ସହ ୩ ଦିନ ସମୟ ଦେଇଛନ୍ତି । ୩ ଦିନ ଭିତରେ ନାବାଳିକାକୁ ପୋଲିସ ନ ବାହାର କରିପାରିଲେ ଥାନା ଆଗରେ ଧାରଣା ଦେବେ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.