Latest Odisha News

BREAKING NEWS

ଆଇପିଏଲ ଇତିହାସରେ ସର୍ବାଧିକ ମୂଲ୍ୟରେ ବିକ୍ରି ହୋଇଥିବା ଶ୍ରେଷ୍ଠ ୫ କ୍ରିକେଟର, ଜାଣନ୍ତୁ ସେମାନେ କିଏ ?

ଭୁବନେଶ୍ୱର: ଆଜି ଆଇପିଏଲ ନିଲାମୀ ବେଳେ ଦକ୍ଷିଣ ଆଫ୍ରିକାର ଆଲରାଉଣ୍ଡର କ୍ରିସ୍ ମୋରିସ୍ ୧୬.୨୫ କୋଟି ନିଲାମ ସହିତ ଇତିହାସ ରଚିଛନ୍ତି । ଆଇପିଏଲ ଆରମ୍ଭ ହେବା ଦିନଠାରୁ ଏ ଯାଏଁ କୌଣସି ଖେଳାଳିଙ୍କ ପାଇଁ ଏହା ହେଉଛି ସର୍ବାଧିକ । ତେବେ ଆଇପିଏଲରେ ପ୍ରଥମ ସର୍ବାଧିକ ମୂଲ୍ୟ ହାସଲ କରିଥିବା ଶ୍ରେଷ୍ଠ ପାଞ୍ଚ ଜଣ ଖେଳାଳିଙ୍କ ଉପରେ ଆସନ୍ତୁ ନଜର ପକାଇବା

ପ୍ରଥମ ସ୍ଥାନରେ ଆଜି ବିକ୍ରି ହୋଇଥିବା ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ୍ ମୋରିସ ରହିଥିବା ବେଳେ ଦ୍ୱିତୀୟ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି ପୂର୍ବଚନ ଭାରତୀୟ ଅଲରାଉଣ୍ଡର ୟୁବରାଜ ସିଂ । ଯୁବରାଜଙ୍କୁ ୨୦୧୫ରେ ୧୬କୋଟିରେ ନିଲାମ ଡାକିଥିବା ବେଳେ ଏହା ପୂର୍ବ ବର୍ଷ ବାଙ୍ଗାଲୋର ଟିମ୍ ତାଙ୍କୁ ୨୦୧୪ରେ ୧୪କୋଟିରେ କିଣିଥିଲା ।

ଗତବର୍ଷ କୋଲକାତା ନାଇଟ୍ ରାଇଡର୍ସ ଅଷ୍ଟ୍ରେଲିଆର କ୍ରିକେଟର ପାଟ୍ କ୍ୟୁମିନ୍ସଙ୍କୁ ୧୫.୫୦କୋଟିରେ କିଣିଥିଲା । ୨୦୧୭ରେ ପୁନେ ଟିମ୍ ବେନ ଷ୍ଟୋକସ୍‌ଙ୍କୁ ୧୪.୫୦ କୋଟିରେ କିଣିଥିଲା ।

Leave A Reply

Your email address will not be published.