Latest Odisha News

୧୬ ଘଣ୍ଟା ଚାଲିଲା ଭାରତ-ଚୀନ୍ କମାଣ୍ଡର ସ୍ତରୀୟ ବୈଠକ, ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଶନିବାର ଦିନ ୧୦ଟାରୁ ବସିଥିବା ଦଶମ ପର୍ଯ୍ୟାୟ ବୈଠକ ରାତି ୨ଟାରେ ସରିଛି । ୧୬ ଘଣ୍ଟାର କମାଣ୍ଡର ସ୍ତରୀୟ ବୈଠକରେ ବିବାଦୀୟ କ୍ଷେତ୍ରରୁ ସୈନ୍ୟ ଅପସାରଣ ଉପରେ ଗୁରୁତ୍ୱ ଦିଆଯାଇଥିବା ସୂଚନା ମିଳିଛି । ସେନା ସୂତ୍ର ଅନୁସାରେ- ଉଭୟ ପଟର ବିବାଦୀୟ ଅଞ୍ଚଳ ଗୋଗରା ହାଇଟ୍ସ, ହଟ୍ ସ୍ପ୍ରିଙ୍ଗ ଓ ଦେପସାଙ୍ଗରୁ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ହୋଇଛି ।

ଏହି ବୈଠକରେ ଭାରତ ପକ୍ଷରୁ ଲେଫ୍ଟନାଣ୍ଟ ଜେନେରାଲ ପିଜିକେ ମେନନ୍ କରିଥିଲେ । ସେ ଲେହ ସ୍ଥିତ ୧୪ କୌରର କମାଣ୍ଡର । ଅନ୍ୟପକ୍ଷେ ଚୀନର ନେତୃତ୍ୱ ନେଇଥିଲେ ମେଜର ଜେନରାଲ ଲିଉ ଲିନ୍ ।

ଭାରତ-ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ବିଗତ ୯ ମାସ ହେଲା ଗତିରୋଧ ଜାରି ରହିଛି । ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ଏକାଧିକ ପର୍ଯ୍ୟାୟ ଆଲୋଚନା ହୋଇଛି । ପ୍ୟାଙ୍ଗୋଗ ହ୍ରଦ ଅଞ୍ଚଳରୁ ଉଭୟ ଦେଶର ସୈନ୍ୟ ପ୍ରତ୍ୟାହାର ଫେବ୍ରୁଆରୀ ୧୦ରୁ ଆରମ୍ଭ ହୋଇ ୧୮ ତାରିଖରେ ସରିଥିଲା । ଜୁନରେ ଗଲୱାନରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ ଚୀନର ଏକାଧିକ ସୈନ୍ୟ ମରିଥିଲେ ।

Leave A Reply

Your email address will not be published.