Latest Odisha News

BREAKING NEWS

ପ୍ରଥମ ଥର ପାଇଁ ପରଦା‌‌ରେ ଏକାଠି ନଜର ଆସିବେ ତାପସୀ ଏବଂ ପ୍ରତୀକ ଗାନ୍ଧି

ନୂଆଦିଲ୍ଲୀ: ବଲିଉଡର ଅଭିନେତ୍ରୀ ତାପସୀ ପନ୍ନୁ ବର୍ତ୍ତମାନ ବଲିଉଡର ସର୍ବୋତ୍ତମ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ୨୦୧୯ ରେ, ତାପସୀଙ୍କର ଦୁଇଟି ଚଳଚ୍ଚିତ୍ର ‘ସାଣ୍ଡ କି ଆଁଖ୍‌’ ଏବଂ ‘ମିଶନ୍ ମଙ୍ଗଲ’ ମୁକ୍ତିଲାଭ କରିଥିଲା। ଏହା ପରେ, ତାପସୀଙ୍କ ଫିଲ୍ମ ‘ଥାପଡ୍’ ୨୦୨୦ ମସିହାରେ ମୁକ୍ତିଲାଭ କରିଥିଲା। କିନ୍ତୁ ବର୍ତ୍ତମାନ ତାପସୀଙ୍କୁ ଚାରୋଟି ଚଳଚ୍ଚିତ୍ରରେ ବ୍ୟାକ୍-ଟୁ-ବ୍ୟାକ୍‌ ଦେଖିବାକୁ ମିଳିବ। ଏହି ସମୟରେ ତାଙ୍କର ପଞ୍ଚମ ଚଳଚ୍ଚିତ୍ର ମଧ୍ୟ ଘୋଷଣା କରାଯାଇଛି।

ଚଳଚ୍ଚିତ୍ର ସମାଲୋଚକ ତରନ ଆଦର୍ଶ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଟ୍ୱିଟରରେ ପ୍ରକାଶ କରିଛନ୍ତି ଯେ ତାପସୀ ପନ୍ନୁ ନିର୍ଦ୍ଦେଶକ ଅର୍ଶଦ ସଇଦଙ୍କ ଫିଲ୍ମ ‘ୱୋ ଲଡ୍‌କୀ ହୈ କାହାଁ’ରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରିବେ।

ଆଉ ଏକ ବଡ ଖବର ହେଉଛି ଏହି ଚଳଚ୍ଚିତ୍ରରେ ପ୍ରତୀକ ଗାନ୍ଧୀ ତାପସୀଙ୍କ ସହ ମୁଖ୍ୟ ଅଭିନେତା ଭାବରେ ନଜର ଆସିବେ। ଗତ ବର୍ଷ ସୋନି ଲାଇଭରେ ମୁକ୍ତିଲାଭ କରିଥିବା ‘ସ୍କାମ ୧୯୯୨’ ରେ ପ୍ରତୀକ ଅଭିନୟ କରିଥିଲେ। ସ୍କାମ ୧୯୯୨ ହେଉଛି ଓଟିଟି ପ୍ଲାଟଫର୍ମର ସବୁଠାରୁ ଲୋକପ୍ରିୟ ଏବଂ ସଫଳତମ ସିରିଜ୍।

Comments are closed.