Latest Odisha News

ଆମରିସତ୍ୟ ସଂଗଠନର ଏକାଦଶତମ ବାର୍ଷିକ ଉତ୍ସବ ଉଦଘାଟିତ

ଖୋର୍ଦ୍ଧା : ଶିକ୍ଷା, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ପ୍ରୟାସ ଜାରିରଖିଥିବା ଆମରିସତ୍ୟ ସଂଗଠନର ଏକାଦଶତମ ବାର୍ଷିକ ଉତ୍ସବ ଉଦଘାଟିତ ହୋଇଯାଇଛି। ପ୍ରାଣନାଥ ସ୍ୱଂୟଶାସିତ ମହାବିଦ୍ୟାଳୟର ମୈତ୍ରୀ ଭବନ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବହୁ ଲେଖକ କବି ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ବିଧାୟକ ଜିତୁ ମିତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଥିଲେ ଯେ ଆମରିସତ୍ୟ ପତ୍ରିକା ନିରନ୍ତର ଭାବରେ ପ୍ରକାଶ ପାଇ ନୂଆ ଲେଖକ , କବି ତଥା ପାଠକ ସୃଷ୍ଟି କରି ଖୋର୍ଦ୍ଧା ପାଇଁ ଗୌରବ ଆଣିଦେଇଛି।

ସାହିତ୍ୟ ଓ ବୌଦ୍ଧିକତା କ୍ଷେତ୍ରରେ ଆଗାମୀ ପିଢ଼ି ପାଇଁ ଏହା ଏକ ଆହ୍ୱାନର ସମୟ ବୋଲି ମୁଖ୍ୟବକ୍ତା ଅଭୟ କୁମାର ନାୟକ ମତ ଦେଇଥିଲେ। ଏହି ଅବସରରେ ଡ. ବିଷ୍ଣୁଚରଣ ସାହୁଙ୍କୁ ଆମରିସତ୍ୟ ସମ୍ମାନ, ଆଦି ନାରାୟଣ ଖଣ୍ଡୁଆଳଙ୍କୁ ଆମରିସତ୍ୟ ସାରସ୍ୱତ ସମ୍ମାନ, ବୀର କିଶୋର ସୁନ୍ଦର ରାୟଙ୍କୁ ଡ଼ା. ଧନେଶ୍ୱର ସାହୁ ନାଟ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଜବାହାର ଲାଲ ସୁବୁଦ୍ଧିଙ୍କ ରଚିତ ଓଡ଼ିଶାରେ ଗାନ୍ଧୀଜୀ , ଡ଼ା. ଧନେଶ୍ୱର ସାହୁଙ୍କ ଅଟୋବାଲା , ଏ ନୁହେଁ ଗପ , ଆଜ୍ଞା ଗୋଟେ ମିନିଟ , ଦରବାର ଓ ରେଣୁକା ରଥଙ୍କ ସତ୍ୟପଥେ ତ୍ରିଧାରା ପୁସ୍ତକ ଉନ୍ମୋଚିତ ହୋଇଥିଲା।

ଏହି ଉତ୍ସବରେ ମନୋରମା ପାଢ଼ୀ , ସୌମ୍ୟରଂଜନ ଦାସ, ସମରେନ୍ଦ୍ର ବଳିଆର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.