Latest Odisha News

BREAKING NEWS

ଦାଦ୍ରା ଓ ନଗର ହାବେଳି ସାଂସଦଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ଆଶଙ୍କା

ମୁମ୍ବାଇ: ମୁମ୍ବାଇର ଏକ ହୋଟେଲରୁ ଦାଦ୍ରା ଓ ନଗର ହାବେଳିର ସାଂସଦ ମୋହନ ଡେଲକରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୁମ୍ବାଇର ମେରାଇନ୍‌ ଡ୍ରାଇଭରେ ଥିବା ଏକ ହୋଟେଲରୁ ମୋହନ ଡେଲକରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନ୍ୟୁଜ୍‌ ୧୮ରେ ପ୍ରକାଶିତ ଖବର ଅନୁସାରେ ସାଂସଦଙ୍କ ମୃତଦେହ ଗ୍ରିନ୍‌ ହୋଟେଲରୁ ମିଳିଛି।

ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ଏନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପୋଲିସ ମାମଲାର ଯାଞ୍ଚ କରୁଛି ।

୫୮ ବର୍ଷୀୟ ମୋହନ ଡେଲକର ଦାଦ୍ରା ଏବଂ ନଗର ହାବେଳି ଲୋକସଭା କ୍ଷେତ୍ରର ନିର୍ଦ୍ଦଳୀୟ ସାଂସଦ । ୧୯୮୯ରେ ଏହି କ୍ଷେତ୍ରରୁ ମୋହନ ପ୍ରଥମ ଥର ସାଂସଦ ହୋଇଥିଲେ । ଏହାପରେ ଏଠାରୁ ସେ ବହୁ ବାର ସାଂସଦ ହୋଇଛନ୍ତି । ମୋହନ ଡେଲକର ନବଶକ୍ତି ପାର୍ଟି ପକ୍ଷରୁ ମଧ୍ୟ ସାଂସଦ ହୋଇଛନ୍ତି । ୨୦୦୯ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ ସେ ନିର୍ଦ୍ଦଳୀୟ ଭାବେ ଲଢ଼ି ବିଜୟ ହାସଲ କରିଥିଲେ।

Leave A Reply

Your email address will not be published.