Latest Odisha News

ଭୁବନେଶ୍ୱର ବିମାନବନ୍ଦରରେ ସନ୍ଧ୍ୟା ସୁଦ୍ଧା କୋଭିଡ୍ ଟେଷ୍ଟିଂ ସେଣ୍ଟର

ଭୁବନେଶ୍ୱର: ଦେଶରେ ହଠାତ ବଢିଛି ଦୈନିକ କରୋନା ସଂକ୍ରମଣ । ମହାରାଷ୍ଟ୍ର, କେରଳ ସମେତ ୫ଟି ରାଜ୍ୟରେ କରୋନା କେସ୍ ବଢ଼ିବା ପରେ ଓଡ଼ିଶାରେ ସତର୍କତା । ବିମାନରେ ଆସୁଥିବା ଯାତ୍ରୀଙ୍କ କୋଭିଡ୍ ଟେଷ୍ଟିଂ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ଆଜି ସନ୍ଧ୍ୟା ସୁଦ୍ଧା ଟେଷ୍ଟିଂ ସେଣ୍ଟ କରାଯିବ । ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କର ସ୍କ୍ରିନିଂ କରାଯିବ । ସେମାନଙ୍କ ପାଖରେ କୋଭିଡ୍ ଲକ୍ଷଣ ଦେଖାଦେଲେ ନମୁନା ସଂଗ୍ରହ କରି ପରୀକ୍ଷା କରାଯିବ । ଗତକାଲି ଏକ ବୈଠକରେ ଏସମ୍ପର୍କିତ ନିଷ୍ପତ୍ତି ନିଆଯାଇଛି । ତେବେ ରେଳ ଷ୍ଟେସନ ପାଇଁ କିଛି ନିଷ୍ପତ୍ତି ହୋଇ ନଥିବା କହିଛନ୍ତି ବିଏମ୍‌ସି କମିଶନର । ଭୁବନେଶ୍ୱରରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ହସ୍ପିଟାଲ ସୁବିଧା ଉପଲବ୍ଧ ବି ରହିଥିବା ବିଏମସି କମିଶନର କହିଛନ୍ତି ।

Leave A Reply

Your email address will not be published.