Latest Odisha News

BREAKING NEWS

ଆସନ୍ତୁ ଜାଣିବା ମୋଟେରାର ନମ୍ବରଗେମ୍‌

ମୋଟେରା: ଆଉ ଟିକିଏ ପରେ ମୋଟେରାରେ ନବନିର୍ମିତ ଷ୍ଟାଡିୟମରେ ଆରମ୍ଭ ହୋଇଯିବ ଭାରତ-ଇଂଲଣ୍ଡ ଦିବାରାତ୍ର ଟେଷ୍ଟ । ପୁରୁଣା ଷ୍ଟାଡିୟମରେ ୧୨ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା । ଏଠାକାର ପିଚ୍ ସ୍ପିନରଙ୍କୁ ସୁହାଇଥାଏ । ଆସନ୍ତୁ ଜାଣିବା ମୋଟେରା ପିଚର ନମ୍ବର ଗେମ୍ ସମ୍ପର୍କରେ…
୧. ଭାରତ ଏହି ପିଚରେ ୧୨ ଟେଷ୍ଟ ମ୍ୟାଚ ଖେଳିଛି । ୪ଟିରେ ବିଜୟ ହାସଲ କରିଥିବା ବେଳେ ୨ଟିରେ ପରାଜିତ ହୋଇଛି । ବାକି ମ୍ୟାଚ ଡ୍ର ରହିଛି ।
୨.ଭାରତର ପୂର୍ବତନ ସ୍ପିନର ଅନୀଲ କୁମ୍ବଲେ ମୋଟେରା ପିଚରେ ସର୍ବାଧିକ ୩୬ ଉଇକେଟ ନେଇଛନ୍ତି ।

୩.ମୋଟେରାର ୫ ସର୍ବାଧିକ ଉଇକେଟ ହାସଲକାରୀଙ୍କ ମଧ୍ୟରେ ୪ ସ୍ପିନର । ସେମାନେ ହେଲେ ଅନୀଲ କୁମ୍ବଲେ(୩୬), ହରଭଜନ ସିଂ (୨୯), ପ୍ରଜ୍ଞାନ ଓଝା(୧୩) ଓ ଡାନିଏଲ ଭିଟ୍ଟୋରୀ (୧୩) । ଏକମାତ୍ର ପେସର ଭାବେ କପିଳ ଦେବ ୧୪ ଉଇକେଟ ନେଇଛନ୍ତି ।
୪.ରାହୁଲ ଡ୍ରାଭିଡ ଏହି ପିଚରେ ସର୍ବାଧିକ ୭୭୧ ରନ ସଂଗ୍ରହ କରିଛନ୍ତି । ତାଙ୍କ ପଛକୁ ସଚିନ ତେନ୍ଦୁଲକର (୬୪୨) ରହିଛନ୍ତି ।

୫. ଡ୍ରାଭିଡ ଏବଂ ସଚିନ ଏହି ଗ୍ରାଉଣ୍ଡରେ ୩ଟି ଲେଖାଁଏ ଶତକ ହାସଲ କରିଛନ୍ତି । କ୍ୟାରିୟରର ପ୍ରଥମ ଦ୍ୱିଶତକ ସଚିନ ମୋଟେରାରେ ମାରିଥିଲେ ।
୬.ସଚିନ ଏବଂ ସୌରଭ ଗାଙ୍ଗୁଲି ମୋଟେରାରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ୨୮୧ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ ।
୭. ଭାରତ ଏହି ପିଚରେ ୭୬ ରନର ସର୍ବନିମ୍ନ ସ୍କୋର କରିଛି । ଶ୍ରୀଲଙ୍କା ଘରୋଇ ଦଳ ବିପକ୍ଷରେ ୨୦୦୯ରେ ସର୍ବୋଚ୍ଚ ସ୍କୋର ୭୬୦/୭ ସଂଗ୍ରହ କରିଥିଲା ।
୮. ଦକ୍ଷିଣ ଆଫ୍ରିକା ମୋଟେରାରେ ଭାରତକୁ ଏକ ଇନିଂସ ଓ ୯୦ରନର ବୃହତ ବ୍ୟବଧାନରେ ହରାଇଥିଲା ।
୯.କପିଳ ଦେବ ୧୯୮୩ରେ ଏହି ପିଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦ୍ୱିତୀୟ ଇନିଂସରେ ଶ୍ରେଷ୍ଠ ପ୍ରଦର୍ଶନ ୯ ଉଇକେଟ ନେଇଥିଲେ ।
୧୦.ମୋଟେରାରେ ଧୋନୀ ୩ଟି ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଥିବା ବେଳେ ସଚିନ ସର୍ବାଧିକ ୯ ଟେଷ୍ଟ ଖେଳିଛନ୍ତି ।

Leave A Reply

Your email address will not be published.