Latest Odisha News

BREAKING NEWS

ଦଶାହ ଭୋଜି ଖାଇ ଗାଁର ୨୦ରୁ ଅଧିକ ଲୋକ ଅସୁସ୍ଥ

ନୂଆପଡା: ଦଶାହ ଭୋଜି ହେଲା କାଳ । ଭୋଜି ଖାଇ ନୂଆପଡା ଜିଲ୍ଲା କୋମନା ବ୍ଲକ୍ ପଏଁର ଗାଁର ୨୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏଭଳି ହୋଇଥିବା କହିଛନ୍ତି ଡାକ୍ତର ।

ଗତ ୨୧ ତାରିଖରେ ଏକ ବିବାହ ଭୋଜି ହୋଇଥିଲା । ୨୨ ତାରିଖରେ ମଧ୍ୟ ଗାଁରେ ଭୋଜିଭାତ ହେଲା ।  ପୁଣି ଗତକାଲି ଗାଁରେ ଜଣଙ୍କର ଦଶାହ ଭୋଜି ହୋଇଥିଲା । ରାତିରେ ଭୋଜି ଖାଇବା ପରେ ସକାଳୁ ସମସ୍ତେ ଅସୁସ୍ଥତା ଅନୁଭବ କରିଥିଲେ । କିଛି ଲୋକଙ୍କ ପେଟ ବ୍ୟଥା ହେବା ସହ କିଛି ଲୋକଙ୍କର ଝାଡାବାନ୍ତି ହୋଇଥିଲା । ପ୍ରାୟ ୧୨ ଜଣ ଗୁରୁତର ହୋଇ ପଡିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ୨୦ରୁ ଅଧିକ ଲୋକ ଗୁରୁତର ହୋଇ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । 

ଆହୁରି ଅନେକ ଲୋକ ଅସୁସ୍ଥ ରହିଥିବା ଜଣାପଡିଛି । ସମସ୍ତ ଅସୁସ୍ଥଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଉଛି । ଚିକିତ୍ସା ଚାଲୁ ରହିଥିବା ବେଳେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

Leave A Reply

Your email address will not be published.