Latest Odisha News

BREAKING NEWS

ମମତା ଦାଶଙ୍କୁ ୨୦୨୧ ମସିହା ପାଇଁ ଯୁଗଶ୍ରୀ ଯୁଗନାରୀ ସାରସ୍ୱତ ସମ୍ମାନ

ଭୁବନେଶ୍ୱର : ବାଲେଶ୍ୱରରୁ  ପ୍ରକାଶିତ ମାସିକ ମହିଳା ପତ୍ରିକା ଯୁଗଶ୍ରୀ ଯୁଗନାରୀର ବାର୍ଷିକ ସାରସ୍ୱତ ସମାରୋହ ଜୟଦେବ ଭବନରେ ସମ୍ପାଦିକା ମମତା ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ଏହି ସାରସ୍ୱତ ସମାରୋହରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଯୋଗ ଦେଇ କହିଲେ ଯେ, ମହିଳାମାନେ ପୁରୁଷମାନଙ୍କ ଠାରୁ ଅଧିକ ସଶକ୍ତ ।  ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଯୁଗଶ୍ରୀ ଯୁଗନାରୀ ଏକ ମନନଶୀଳ ଓ ସଂସ୍କାରଧର୍ମୀ ପତ୍ରିକା ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଡ. ମନୋରମା ମହାପାତ୍ର, କହିଲେ ଯେ, ନାରୀର ଗୌରବକୁ ଫେରାଇ ଆଣିବାରେ ଯୁଗଶ୍ରୀ ଯୁଗନାରୀ ପତ୍ରିକାର ଭୂମିକା ପ୍ରଶଂସନୀୟ ।

ଏହି ସାରସ୍ୱତ ସମାରୋହରେ ୨୦୨୧ ମସିହା ପାଇଁ ସାହିତ୍ୟିକା ମମତା ଦାଶଙ୍କୁ ଯୁଗଶ୍ରୀ ଯୁଗନାରୀ ସାରସ୍ୱତ ସମ୍ମାନରେ, ସମାଜସେବା ସମ୍ମାନରେ ଡାକ୍ତର ସେବା ମହାପାତ୍ର,  ଯୁଗଶ୍ରୀ ଯୁଗନାରୀ ଶ୍ରେଷ୍ଠ ସଂପାଦିକା ସମ୍ମାନରେ ଶ୍ରୀମତୀ ସୈରିନ୍ଧ୍ରୀ ସାହୁ,  ଓ ଯୁଗଶ୍ରୀ ଯୁଗନାରୀ ପରିବେଶ ସୁରକ୍ଷା ସମ୍ମାନରେ ନାଲକୋ ଭୁବନେଶ୍ୱରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ଡ.ମନୋରମା ମହାପାତ୍ରଙ୍କ ଅନୁବାଦିତ କବିତା ପୁସ୍ତକ: ସମସାମୟିକ ରୂଷୀୟ କବିତା , ଶ୍ରୀମତୀ ସରୋଜିନୀ ବର୍ମାଙ୍କ କବିତା ପୁସ୍ତକ: ଗୀତା ବିତାନ, ମେଜର ଡ. କୁମୁଦିନୀ ବରାଇଙ୍କ ଅନୁବାଦ ପୁସ୍ତକ ବିଭିନ୍ନତାରେ ଏକତା ଲୋକାର୍ପିତ ହୋଇଥିଲା ।

ଏହି ସମାରୋହରେ ଡାକ୍ତର ଅଶୋକ କୁମାର ମହାପାତ୍ର , ଡ. ଭଗବାନ ପ୍ରକାଶ,ଡ. ପ୍ରଭାବତୀ ପଣ୍ଡା,ସୁଶ୍ରୀ ଗୀତାଞ୍ଜଳି ସିଂହ,ସୁଶ୍ରୀ ଦୀପ୍ତି ଦାଶ,ଡ. ସୁଷମା ମିଶ୍ର, ଡ. ମୀନାକ୍ଷୀ ପଣ୍ଡା,ଡ.ଗାୟତ୍ରୀ କର, ଅଧ୍ୟାପକ କମଳାକାନ୍ତ ଦାଶ,ମୀନତି ଦାସ, ମିହିର ପ୍ରଧାନ ଏବଂ ବସନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.