Latest Odisha News

BREAKING NEWS

ରାଜ୍ୟରେ ସୁସ୍ଥ ହେଲେ ଆଉ ୬୭ କୋଭିଡ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟ ପାଇଁ ଖୁସି ଖବର । କରୋନା ମହାମାରୀ ଭିତରେ ସୁସ୍ଥ ହେଲେ ଆଉ ୬୭ ଆକ୍ରାନ୍ତ । ପୁରୀରୁ ସର୍ବାଧିକ ୧୩ ଜଣ ସୁସ୍ଥ ହୋଇଥିବା ବେଳେ, ସମ୍ବଲପୁରରୁ ୯ ଓ ସୁନ୍ଦରଗଡ଼ରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ଅନୁଗୁଳରୁ ୫ ଜଣ, ବାଲେଶ୍ବର ଓ ଝାରସୁଗୁଡ଼ାରୁ ୪ ଜଣ ଲେଖାଏଁ, ଯାଜପୁର, ମୟୂରଭଞ୍ଜ ଓ ନୂଆପଡ଼ାରୁ ୩ ଜଣ ଲେଖାଏଁ, କଟକ, ଜଗତସିଂହପୁର, କେନ୍ଦୁଝର, ଖୋର୍ଦ୍ଧା ଓ ସୋନପୁରରୁ ୨ ଜଣ ଲେଖାଏଁ, ବରଗଡ଼, କଳାହାଣ୍ଡି ଓ ରାୟଗଡାରୁ ଜଣେ ଲେଖାଏଁ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେଣି ୩ ଲକ୍ଷ ୩୪ ହଜାର ୪୦୦ କରୋନା ଆକ୍ରାନ୍ତ ।

Leave A Reply

Your email address will not be published.