Latest Odisha News

BREAKING NEWS

ଜଳୁଛି ରାଜଧାନୀ, ୩୯.୪ ଡିଗ୍ରୀ ସହ ଆଜି ବି ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର: କମୁଛି ଶୀତ, ବଢ଼ୁଛି ପାରଦ । ୨ ଦିନ ହେଲା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ବଢ଼ିବାରେ ଲାଗିଛି । ଗତକାଲି ରାଜଧାନୀରେ ପାରଦ ୩୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଜି ୩୯.୪ ଡିଗ୍ରୀ ରେକର୍ଡ ହୋଇଛି । ଏଥିସହ ଗତକାଲି ଭଳି ଭୁବନେଶ୍ୱର ଆଜି ରାଜ୍ୟର ସବୁଠୁ ଉତ୍ତର ସହର ପାଲଟିଛି । ଗତକାଲି ଭୁବନେଶ୍ୱର ଦେଶର ଉତ୍ତପ୍ତ ସହର ପାଲଟିଥିଲା ।

ଗତ ୧୦ ବର୍ଷ (୨୦୧୧-୨୦) ମଧ୍ୟରେ ଫେବ୍ରୁଆରୀ ମାସରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୦.୯ ଡିଗ୍ରୀ ୨୦୧୬ ମସିହା ଫେବ୍ରୁଆରୀ ୨ରେ ରେକର୍ଡ କରାଯାଇଥିଲା । ଆଜି ରାଜ୍ୟର ୧୫ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ଉପରେ ରହିଛି । ଆଗକୁ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଆଜି ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୩୫.୪ ଡିଗ୍ରୀ ଥିବାବେଳେ ଚାନ୍ଦବାଲିରେ ୩୬.୨ ଡିଗ୍ରୀ, କଟକରେ ୩୭ ଡିଗ୍ରୀ, ଅନୁଗୁଳରେ ୩୭.୭ ଡିଗ୍ରୀ, ବାରିପଦାରେ ୩୮ ଡିଗ୍ରୀ, ସମ୍ବଲପୁରରେ ୩୬.୨ ଡିଗ୍ରୀ, ହୀରାକୁଦରେ ୩୬.୧ ଡିଗ୍ରୀ, ତାଳଚେରରେ ୩୭.୧ ଡିଗ୍ରୀ, ଭବାନୀପାଟଣାରେ ୩୬ ଡିଗ୍ରୀ, ବଲାଙ୍ଗିରରେ ୩୭ ଡିଗ୍ରୀ, ଟିଟିଲାଗଡ଼ରେ ୩୭.୬ ଡିଗ୍ରୀ, ମାଲକାନଗିରିରେ ୩୫ ଡିଗ୍ରୀ ଓ ସୋନପୁରରେ ୩୫.୮ ଡିଗ୍ରୀ ରେକର୍ଡ କରାଯାଇଛି ।

Leave A Reply

Your email address will not be published.