Latest Odisha News

BREAKING NEWS

ସୁନାପୁର ବେଳାଭୂମିରେ ଲାଗିଲା‌ ବିଶାଳକାୟ ସାର୍କ, ମତ୍ସ୍ୟଜୀବୀ-ବନ କର୍ମଚାରୀ ଛାଡ଼ିଲେ ସମୁଦ୍ରରେ

ବ୍ରହ୍ମପୁର: ଆଜି ଅପରାହ୍ଣରେ ବେଳାଭୂମିରେ ଲାଗିଥିଲା ଏକ ବିଶାଳକାୟ ସାର୍କ । ହାତ ପାଆନ୍ତାରେ ଏତେ ବଡ଼ ସାର୍କକୁ ଦେଖି ‌ସେଠାରେ ଥିବା ମତ୍ସ୍ୟଜୀବୀ ଓ ସ୍ଥାନୀୟ ବାସିନ୍ଦା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କ’ଣ କରିବେ ଚିନ୍ତାରେ ପଡ଼ି ଯାଇଥିଲେ ।  ହ୍ବେଲ୍‌ ସାର୍କଟିକୁ ପୁଣି ସମୁଦ୍ର ଭିତରକୁ ଛାଡ଼ିବା ପ୍ରୟାସ ଆରମ୍ଭ କରିଥିଲେ ।

ସୂଚନା ଅନୁସାରେ ଗଂଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ବେଳାଭୂମିରେ ୧୦ଫୁଟ ଲମ୍ବର ଏକ ହ୍ବେଲ୍‌ ସାର୍କ ଆସି ଲାଗିଥିଲା । ହ୍ବେଲ୍‌ ସାର୍କକୁ ପ୍ରଥମେ ସେଠାରେ ଥିବା ମତ୍ସ୍ୟଜୀବୀମାନେ ଦେଖି‌ଥିଲେ । ସୂଚନା ମିଳିବା ‌ପରେ ସୁନାପୁର ମେରାଇନ ଥାନାରେ ନିୟୋଜିତ ହୋମ ଗାର୍ଡ ଓ ଫରେଷ୍ଟ ଗାର୍ଡ ମିଶି ଉକ୍ତ ସାର୍କକୁ ସମୁଦ୍ର ଭିତରକୁ ନେଇ ଛାଡି ଦେଇଛନ୍ତି ।

ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ଅନୁଯାୟୀ ଏହା ସିଡ୍ୟୁଲ-୧ ଶ୍ରେଣୀରେ ଅନ୍ତର୍ଭୁକ୍ତ। ତେଣୁ ଏହାକୁ ପାଳନ କରିବା ଏକ ଦଣ୍ଡନୀୟ ଅପରାଧ ଅଟେ ।

Leave A Reply

Your email address will not be published.