Latest Odisha News

BREAKING NEWS

ନୀରବ ମୋଦିଙ୍କ ଆବେଦନ ଖାରଜ, ଭାରତ ପ୍ରତ୍ୟର୍ପଣ ନେଇ ଲଣ୍ଡନ କୋର୍ଟର ମଞ୍ଜୁରୀ

ନୂଆଦିଲ୍ଲୀ: ୧୩୦୦୦ କୋଟି ଟଙ୍କାର ପିଏନବି ଦୁର୍ନୀତି ମାମଲାରେ ଭାରତ ସରକାରକୁ ଆଜି ବଡ ସଫଳତା ମିଳିଛି । ମୁଖ୍ୟ ଅଭିଯୁକ୍ତ ତଥା ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଆବେଦନ ଆଜି ଲଣ୍ଡନର ଏକ କୋର୍ଟରେ ଖାରଜ ହୋଇଛି । ୱେଷ୍ଟମିଷ୍ଟର କୋର୍ଟ ନୀରବ ମୋଦିଙ୍କୁ ପ୍ରତ୍ୟର୍ପଣ କରିବା ନେଇ ମଞ୍ଜୁରୀ ପ୍ରଦାନ କରିଛି ।

ଏଥିସହ ସ୍ପଷ୍ଟ ଭାବେ କହିଛନ୍ତି ଯେ, ନୀରବଙ୍କୁ ଭାରତର ବହୁ ପ୍ରଶ୍ନର ଉତର ଦେବାକୁ ଅଛି । ତାଙ୍କର ଜବାବର ତାଳମେଳ ରହୁନି, ମୁମ୍ବାଇର ଆର୍ଥର ରୋଡ ଜେଲର ବ୍ୟାରାକ ନମ୍ବର ୧୨ ତାଙ୍କ ପାଇଁ ସମ୍ପୂର୍ଣ୍ଣ ଫିଟ ବୋଲି କୋର୍ଟ କହିଛନ୍ତି । ନୀରବ ୬ଥର ଜାମିନରେ ଆସିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସବୁଥିରେ ବିଫଳ ହୋଇଛନ୍ତି ।

Leave A Reply

Your email address will not be published.