Latest Odisha News

BREAKING NEWS

୨୦୨୨ରେ ସାମ୍ନା ସାମ୍ନି ହେବେ ରଣବୀର-ହ୍ରିତିକ

ମୁମ୍ବାଇ: ୨୦୨୨ରେ ରଣବୀର କାପୁର ଓ ହ୍ରିତିକ ରୋଶନ ମୁହାଁ ମୁହିଁ ହେବାକୁ ଯାଉଛନ୍ତି । ୨୦୧୯ରେ କବୀର ସିଂ ପରି ସୁପରହିଟ ଫିଲ୍ମ ଦେଇଥିବା ସନ୍ଦୀପ ରେଡ୍ଡର ବାଂଗା ଏଥର ରଣବୀରଙ୍କ ସହ ଆନିମଲ ଫିଲ୍ମ କରୁଛନ୍ତି । ସେହିପରି ୱାର ଫିଲ୍ମ କରିଥିବା ସିଦ୍ଧାର୍ଥ ଆନନ୍ଦ ହ୍ରିତିକଙ୍କୁ ନେଇ ଆକ୍ସନ ଡ୍ରାମା ଫାଇଟରର ଶୁଟିଂରେ ବ୍ୟସ୍ତ । ଏଥିରେ ହ୍ରିତିକଙ୍କ ସହ ଦୀପିକା ପାଦୁକୋନ ଅଭିନୟ କରୁଛନ୍ତି ।

ସିଦ୍ଧାର୍ଥ ଏବେ ଶାହାରୁଖ ଖାଁ, ଜନ ଆବ୍ରାହାମ ଓ ଦୀପିକାଙ୍କୁ ନେଇ ପଠାନ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଏହା ପରେ ସେ ଫାଇଟର ଫିଲ୍ମର ଶୁଟିଂ ଶେଷ କରିବେ । ରଣବୀରଙ୍କ ଆନିମଲ ୫ ଅକ୍ଟୋବର ୨୦୨୨ରେ ରିଲିଜ ହେବ । ଫାଇଟର ୩୦ ସେପ୍ଟେମ୍ବରରେ ହଲରେ ପଡିବ । ଉଭୟ ଫିଲ୍ମର ପ୍ରଡ୍ୟୁସର ଦଶହରାର ଫାଇଦା ଉଠାଇବା ଲକ୍ଷ୍ୟରେ ରହିଛନ୍ତି । ତେବେ ଏହି ଦୁଇ ଫିଲ୍ମ ମଧ୍ୟରୁ ବାଜି କିଏ ମାରୁଛି ସେଥିପ୍ରତି ସମସ୍ତଙ୍କ ନଜର ରହିବ ।

Leave A Reply

Your email address will not be published.