Latest Odisha News

BREAKING NEWS

ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସଙ୍କୁ ଜେଲ ଦଣ୍ଡାଦେଶ

ପ୍ୟାରିସ: ଦୁର୍ନୀତି ଅଭିଯୋଗରେ ସୋମବାର ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ ସାର୍କୋଜୀ ଦୋଷୀ ସାବ୍ୟସ୍ତ ହେବା ସହ ୧ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ ହୋଇଛନ୍ତି । ତାଙ୍କୁ ପ୍ରଥମେ ୩ ବର୍ଷ ପାଇଁ ଦଣ୍ଡିତ କରାଯାଇଥିଲା, ପରେ ୨ବର୍ଷ ଏଥିରୁ କଟା ଯାଇଥିଲା । ଦୁର୍ନୀତି ତଦନ୍ତ ଚାଲିଥିବା ବେଳେ ଏହାର ଭିତିରିଆ କଥା ଜାଣିବା ପାଇଁ ସେ ଜଣେ ବିଚାରପତିଙ୍କୁ ପଦ ଲାଳସା ଦେଇଥିଲେ ।

୨ ବର୍ଷ ଜେଲ ଦଣ୍ଡାଦେଶକୁ କମାଇ ଦିଆ ଯାଇଥିବାରୁ ନିକୋଲସଙ୍କୁ କାରାଗାରାକୁ ଯିବାକୁ ପଡିବ ନାହିଁ । ସୂଚନାଯୋଗ୍ୟ, ଫ୍ରାନ୍ସର ନିୟମ ଅନୁସାରେ ଦୁଇ ବର୍ଷଠାରୁ କମ୍ ଦଣ୍ଡାଦେଶ ଭୋଗିଥିଲେ ଦୋଷୀଙ୍କୁ କାରାଗାରକୁ ଯିବାକୁ ପଡେ ନାହିଁ ।

Leave A Reply

Your email address will not be published.