Latest Odisha News

ଶିବସେନା ନେତାଙ୍କ ପ୍ରତି ଡର ରହିଛି, କେସ୍ ଶିମଲାକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ଅନୁରୋଧ କଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଓ ତାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲ ତାଙ୍କ ବିରୋଧରେ ଆଗତ ହୋଇଥିବା ୩ଟି ଅପରାଧିକ ମାମଲାକୁ ଶିମଲା ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ଅନୁରୋଧ କରିଛନ୍ତି । କଙ୍ଗନାଙ୍କ ଓକିଲ ନୀରଜ ଶେଖର କୋର୍ଟ ନିକଟରେ ୨ ଭଉଣୀଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଛନ୍ତି । ମୁମ୍ବାଇରେ ରହିଲେ ପ୍ରତିଶୋଧ ମନୋଭାବରେ ଶିବସେନା ନେତା ସେମାନଙ୍କ ଉପରେ ଆକ୍ରମଣ କରିପାରନ୍ତି ବୋଲି ଉଲ୍ଲେଖ କରାଯାଇଛି ।

ପ୍ରଥମ କେସ୍ ଗୀତିକାର ଜାଭେଦ ଅଖତାରଙ୍କ ମାନହାନି ମୋକଦ୍ଦମା, ଦ୍ୱିତୀୟ କେସ୍ ଓକିଲ ଅଲି କାଶିଫ ଖାଁ ରୁଜୁ କରିଛନ୍ତି । ଏଥିରେ ଦୁଇ ଭଉଣୀ ଧର୍ମିକ ସମ୍ପ୍ରଦାୟ ମଧ୍ୟରେ ଅଶାନ୍ତି ସୃଷ୍ଟି କରାଉଛନ୍ତି ବୋଲି ଅଭିଯୋଗ କରୁଛନ୍ତି । ତୃତୀୟ କେସ ଫିଟନେସ ଟ୍ରେନର ସାହିଲ ଅଶ୍ରଫ ଅଲୀ ସୟେଦ ରୁଜୁ କରିଛନ୍ତି । ସେ ମଧ୍ୟ ଧର୍ମ ନାମରେ ଦୁଇ ସମ୍ପ୍ରଦାୟ ମଧ୍ୟରେ କଙ୍ଗନା ଓ ତାଙ୍କ ଭଉଣୀ ଲୋକମାନଙ୍କୁ ଉସୁକାଉଛନ୍ତି ବୋଲି ଅଭିଯୋଗ ହୋଇଛି ।

Leave A Reply

Your email address will not be published.