କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଜଣଙ୍କ ପରେ ଜଣେ ନେତା ଟିଏମସି ଛାଡିବାରେ ଲାଗିଛନ୍ତି । ଯାହା କି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିନ୍ତାରେ ପକାଇ ଦେଇଛି । ମଙ୍ଗଳବାର ବିଧାୟକ ଜିତେନ୍ଦ୍ର ତିୱାରୀ ବିଜେପିର ରାଜ୍ୟ ମୂଖ୍ୟ ଦିଲୀପ ଘୋଷଙ୍କ ଉପସ୍ଥିତିରେ ଦଳରେ ମିଶିଛନ୍ତି । ମୁଁ ରାଜ୍ୟର ବିକାଶ ପାଇଁ କାମ କରିବାକୁ ଚାହୁଁଛି । ଟିଏମସିରେ ରହିଲେ ଏହା ସମ୍ଭବପର ହେବ ନାହିଁ ।
ପଶ୍ଚିମ ବର୍ଦ୍ଧମାନର ପାଣ୍ଡବଶ୍ୱେରରୁ ସେ ୨ଥର ବିଧାୟକ ଥିବା ବେଳେ ଆସୋନସୋଲର ମେୟର ରହିଛନ୍ତି । ଗତ ବର୍ଷ ଡିସେମ୍ବରରେ ସେ ଟିଏମସି ବିରୋଧରେ ଖୋଲାଖୋଲି ଭାବେ ମୁହଁ ଖୋଲିଥିଲେ । ପରେ ବୁଝାମଣା ହେବାରୁ ନୀରବ ରହିଥିଲେ । ତିୱାରୀଙ୍କ ଉପସ୍ଥିତି ବିଜେପିକୁ ଫାଇଦାରେ ରଖିବ ବୋଲି ଘୋଷ କହିଛନ୍ତି ।
Comments are closed.