ଭୁବନେଶ୍ୱର:ମେଣ୍ଢାଶାଳ ଗୁରୁକୂଳ ରିସୋର୍ଟରେ ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ ଟେନିସ ଚାମ୍ପିୟନଶିପ୍ ବୁଧବାର ଉଦଘାଟିତ ହୋଇଯାଇଛି । ସନ୍ଦୀପଙ୍କ ବାପା ଜେ.ମହାପାତ୍ର ଏବଂ ଖୋର୍ଦ୍ଧା ଜିଲ୍ଲା ଟେନିସ ଆସୋସିଏଶନ ସମ୍ପାଦକ ଅସିତ ପ୍ରଧାନଙ୍କ ଦ୍ୱାରା ଏହି ଚାମ୍ପିୟନଶିପ ଉଦଘାଟିତ ହୋଇଥିଲା । ୭ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ପୁରୁଷ ସିଙ୍ଗଲ୍ସ, ମହିଳା ସିଙ୍ଗଲ୍ସ, ୧୬ ବର୍ଷରୁ କମ୍ ବାଳକ,୧୬ ବର୍ଷରୁ କମ୍ ବାଳିକା ଏବଂ ପୁରୁଷ ଡବଲ୍ସରେ ୧୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ ପ୍ରତିଯୋଗୀଙ୍କ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ । ୧,୭୦,୦୦୦ ଟଙ୍କାର ପୁରସ୍କାର ରାଶି ରଖାଯାଇଛି ।ଉଦଘାଟନୀ ଦିବସରେ ପୁରୁଷ ସିଙ୍ଗଲ୍ସରେ କୁମାର ଅନୁରାଗ ଶରଣ, ଅଭିଳାଷ ମିଶ୍ର, ଆଦିତ୍ୟ ମହାପାତ୍ର, ସତୀର୍ଥ ପଟ୍ଟନାୟକ,ଷ୍ଟିଭେନ ଅଙ୍କିତ ଇକ୍କା, ସନ୍ତୋଷ କୁମାର ମଲିକ, ମୋଧୀର ଗୋୟଲ, ପ୍ରତ୍ୟୁଷ ମହାନ୍ତି, ଗୋବିନ୍ଦ ବିଶ୍ୱାସ, ପ୍ରଣେଶ ସାହୁ, ଆଦିତ୍ୟ ଶତପଥୀ, ଆଶୀଷ କୁମାର ପରିଡା, ବିବେକ ମହାନନ୍ଦ ସେମାନଙ୍କ ମ୍ୟାଚରେ ବିଜୟୀ ହୋଇଛନ୍ତି । ପୁରୁଷ ଡବଲ୍ସରେ କବିର ହନ୍ସ-ପ୍ରତ୍ୟୁଷ, ସତୀର୍ଥ-ଦେବାଶୀଷ, ଅଭିଳାଷ-ଲଲାଟେନ୍ଦୁ, ଅନୁରାଗ-ଆଦିତ୍ୟ, ସନ୍ତୋଷ-ଅର୍ଜୁନ, ଚିନ୍ମୟ-ଅଜୟ ବିଜୟ ସହ ପରବର୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି ।
BREAKING NEWS
- ପର୍ଥ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭାରତ: ଯଶସ୍ୱୀ, ରାହୁଲଙ୍କ ଅର୍ଦ୍ଧଶତକ
- ଖୁବ ଶୀଘ୍ର କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ: ମନ୍ତ୍ରୀ
- କିମ୍ ଜୋଙ୍ଗ ପଠାଇଲେ ସୈନ୍ଯ, ବଦଳରେ ପୁଟିନ ଦେଲେ ସ୍ପେଶାଲ ଗିଫ୍ଟ
- ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା; ଗିରଫ ସଂଖ୍ୟା ୧୯କୁ ବୃଦ୍ଧି
- ଗୋଷ୍ଠୀଗତ ହିଂସାରେ ଜଳୁଛି ଖୈବର ପଖତୁନଖୱା, ୨୪ ଘଣ୍ଟାରେ ଗଲାଣି ୧୮ରୁ ଅଧିକ ଜୀବନ
- ମାଆ ବିରଜାଙ୍କ ନାଁରେ ବଡ଼ ଲଢେଇ !
- ମହାୟୁତିର ‘ମହା’ବିଜୟ ପଛର ବଡ଼ କାରଣ
- ଜାଣନ୍ତୁ ଶୀତରେ କିପରି କରିବେ ବାଦାମର ସେବନ, ୮୦ ପ୍ରତିଶତ ଲୋକ କରିଥାନ୍ତି ଏହି ଭୁଲ୍?
- ଦିଲ୍ଲୀ ବାୟୁ ପ୍ରଦୂଷଣର କାରଣ କହିଲେ ସିଏକ୍ୟୁଏମ
- ବାନ୍ଧବୀଙ୍କ ପଡୋଶୀକୁ ମାରିବାକୁ ହେୟାର ଡ୍ରାୟରରେ ଭରିଥିଲେ ବିସ୍ଫୋରକ
Comments are closed.