Latest Odisha News

BREAKING NEWS

ବୁର୍ଲା ଭିସୁଟରୁ ହଟିଲା କଣ୍ଟେନମେଣ୍ଟ ଜୋନ୍

ସମ୍ବଲପୁର : ବୁର୍ଲା ଭିସୁଟରୁ ହଟିଲା କଣ୍ଟେନମେଣ୍ଟ ଜୋନ୍ । ସମସ୍ତ ଛାତ୍ରବାସ ଓ ଛାତ୍ରୀ ନିବାସରୁ ହଟିଛି କଣ୍ଟେନମେଣ୍ଟ କଟକଣା । କରୋନା ପଜିଟିଭ୍ ହୋଇଥିବା ସମସ୍ତ ରିପୋର୍ଟ ଭୁଲ୍ ବୋଲି ଜଣାପଡ଼ିବା ପରେ ବିଶ୍ବବିଦ୍ୟାଳୟରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ବିଶ୍ବବିଦ୍ୟାଳୟରୁ କଣ୍ଟେନମେଣ୍ଟ ଜୋନ୍ ହଟିବା ସହିତ ଛାତ୍ରାବାସ ମୁଖ୍ୟ ଫାଟକରେ ଲାଗିଥିବା ବ୍ୟାରିକେଡକୁ ହଟାଇ ଦିଆଯାଇଛି ।

ଗତ କିଛିଦିନ ତଳେ ବୁର୍ଲା ଭିସୁଟରୁ ପ୍ରାୟ ୨୯ ଜଣ ଛାତ୍ରଚାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଇ ତୁରନ୍ତ ଭିସୁଟର ୧୧ଟି ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଏହାସହ ଗୋଟିଏ ଛାତ୍ରାବାସ ଓ ଏହାର ଆଖପାଖ ଅଞ୍ଚଳକୁ ବଫର ଜୋନ ଘୋଷଣା କରାଯାଇଥିଲା । ତେବେ ରିପୋର୍ଟ ଭୁଲ୍ ଥିବା ଜଣାପଡ଼ିବା ପରେ କଣ୍ଟେନମେଣ୍ଟ ଜୋନକୁ ହଟାଇ ଦିଆଯାଇଛି ।

Leave A Reply

Your email address will not be published.