Latest Odisha News

କରୋନା ଟିକା ନେଇଥିବା ଲୋକଙ୍କୁ ହଜ୍‌ ଯାତ୍ରା ପାଇଁ ମିଳିବ ଅନୁମତି

ଥିରୁଭନନ୍ତପୁରମ : ହଜ୍‌ ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଜାରି ହୋଇଛି ନିର୍ଦ୍ଦେଶନାମା । କରୋନା ଟିକା ନେଇଥିବା ବ୍ୟକ୍ତି କେବଳ ହଜ୍ ଯାତ୍ରା କରିପାରିବେ ବୋଲି କହିଛି ସାଉଦି ଆରବ । ଭାରତରୁ ହଜ୍‌ ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ ହେବ । ଯେଉଁମାନେ ଟିକା ନେଇଥିବେ ସେମାନଙ୍କୁ ହଜ୍ ଯାତ୍ରା ପାଇଁ ଅନୁମତି ମିଳିବ ବୋଲି ସାଉଦି ଆରବ ସରକାର କହିଛନ୍ତି ।

ସାଉଦି ଆରବ ସ୍ବସ୍ଥ୍ୟମନ୍ତ୍ରୀ ତଫିକ୍ ବିନ୍‌ ଫୱଜାନ ଅଲ ରାବି ଏ ସଂକ୍ରାନ୍ତରେ ଜାରି ହୋଇଥିବା ସର୍କୁଲାର୍‌ରେ ଦସ୍ତଖତ ମଧ୍ୟ କରିଛନ୍ତି । ସେ କହିଛନ୍ତି, ମକ୍କା ଓ ମଦିନାରେ ସ୍ୱାସ୍ଥ୍ୟ ସେବା ଚାଲୁ ରଖିବା ପାଇଁ ସରକାର ଆବଶ୍ୟକ କର୍ମଚାରୀଙ୍କୁ ପ୍ରସ୍ତୁତ କରି ରଖନ୍ତୁ । ନୂଆ ନିୟମ ଅନୁସାରେ, କେବଳ ଟିକା ନେଇଥିବା ଲୋକଙ୍କୁ ହଜ୍‌ ଯାତ୍ରା ପାଇଁ ଅନୁମତି ଦିଆଯିବ।

ଚଳିତ ବର୍ଷ ଜୁଲାଇ ମାସରେ ହଜ୍‌ ଯାତ୍ରା ଅନୁଷ୍ଠିତ ହେବ। କରୋନାକୁ ଦୃଷ୍ଟିରେ ରଖି କେତେ ଲୋକଙ୍କୁ ହଜ ଯାତ୍ରା କରିବା ପାଇଁ ମକ୍କା ଓ ମଦିନା ଯିବାକୁ ଅନୁମତି ମିଳିବ, ସେନେଇ ଏଯାଏ ନିଷ୍ପତ୍ତି ନେଇ ନାହାନ୍ତି ସାଉଦି ଆରବ ସରକାର । ଗତବର୍ଷ ସାଉଦି ଆରବରେ ରହୁଥିବା କିଛି ହାତ ଗଣତି ସ୍ଥାନୀୟ ଲୋକ ଓ ବିଦେଶୀ ନାଗରିକଙ୍କୁ ହଜ୍‌ ପାଇଁ ଅନୁମତି ଦିଆଯାଇଥିଲା । କରୋନା ଯୋଗଗୁଁ ଉମରା ତୀର୍ଥଯାତ୍ରାକୁ ଗତବର୍ଷ ମାର୍ଚ୍ଚରେ ସ୍ଥଗିତ ରଖାଯାଇଥିଲା। ଏହାପରେ ପୁଣି ଅକ୍ଟୋବର ୪ରୁ ଆରମ୍ଭ ହୋଇଥିଲା ଉମରା । ତେବେ ଚଳିତ ବର୍ଷ ଜାନୁଆରୀ ସୁଦ୍ଧା ପ୍ରାୟ ୧୯ ଲକ୍ଷ ଲୋକ ଉମରା ପାଳନ କରିଛନ୍ତି ।

Leave A Reply

Your email address will not be published.