Latest Odisha News

ଆଜି ରାଜ୍ୟରୁ ୯୧ କରୋନା ପଜିଟିଭ୍, ୧୨ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ବଢିଛି ଦୈନିକ କରୋନା କେସ୍ । ଗତକାଲି ଅପେକ୍ଷା ଆଜି ଆଉ ୧୦ଟି ନୂଆ ମାମଲା ସାମନାକୁ ଆସିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ସଂକ୍ରମିତ ହୋଇଛନ୍ତି ୯୧ ଜଣ । ଗତକାଲି ଏହି ସଂଖ୍ୟା ଥିଲା ୮୧ । ନୂଆ ଆକ୍ରାନ୍ତଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୮ଟି ।

୧୮ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୩ ଜଣ ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ୱରରେ ୧୨ ଓ ଖୋର୍ଦ୍ଧା ଜିଲ୍ଲାରେ ଆଉ ୧୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବାକି ୧୫ ଜିଲ୍ଲାରୁ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୦ରୁ କମ୍ ରହିଛି । ୧୨ଟି ଜିଲ୍ଲାରେ କେହି ସଂକ୍ରମିତ ହୋଇ ନାହାନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୭ହଜାର ୬୨୦କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୪ହଜାର ୮୩୮ ଆକ୍ରାନ୍ତ । ଏବେ ରାଜ୍ୟରେ ୮୧୨ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.