କୋଲକାତା: ପୂର୍ବତନ (ଟିଏମସି) ରାଜ୍ୟସଭା ସଦସ୍ୟ ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବିଜେପିରେ ଯୋଗଦେବା ସମ୍ଭାବନା ରହିଥିବା ସୂଚନା ମିଳିଛି। ଏହି ଖବର ଆସିଛି ଯେ ସେ ଆସନ୍ତାକାଲି କୋଲକାତାର ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଞ୍ଚ ବାଣ୍ଟି ପାରନ୍ତି ମିଥୁନ।
ତେବେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମିଥୁନ ବିଜେପି ପାଇଁ ପ୍ରଚାର କରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କେବଳ ଖବର ରହିଛି ଯେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ଯୋଗଦେବାର ସମ୍ଭାବନା ରହିଛି। ସୂଚନାନୁସାରେ, ସେ ମାର୍ଚ୍ଚ ୭ ଅର୍ଥାତ୍ ଆସନ୍ତାକାଲି କୋଲକାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ରିଗେଡ୍ ଗ୍ରାଉଣ୍ଡରେ ଯୋଗଦେବେ।
Comments are closed.