Latest Odisha News

ସରିଲା ମହୁରତ, ଆରମ୍ଭ ହେବ “ମନ ବୁଝେନା ଇସ୍କ ବିନା”ର ସୁଟିଂ

ଭୁବନେଶ୍ୱର: ପ୍ରେମ ପାଇଁ ମନ ବୁଝୁନି । ପ୍ରେମ ବିନା ବଂଚି ହେଉନି । କିଛି ଏପରି କେମିଷ୍ଟ୍ରି ନେଇ ଖୁବଶୀଘ୍ର ଓଲିଉଡ ପରଦାକୁ ଆସିବେ କ୍ରିଷ୍ଣା, ମନୋଜ, କରନ, ବର୍ଷା ଓ ଲକ୍ଷ୍ମୀପ୍ରିୟା । ଖୁବଶୀଘ୍ର ଏହି କଳାକାରଙ୍କୁ ମୁଖ୍ୟ ଭୂମିକାରେ ନେଇ ନିର୍ମାଣ ହେବାକୁ ଯାଉଛି ଫିଲ୍ମ “ମନ ବୁଝେନା ଇସ୍କ ବିନା” ।

ଗତକାଲି ଭୁବନେଶ୍ୱରର ହାଉସିଂବୋର୍ଡ ସାଇମନ୍ଦିର ପରିସରେ ଏହି ଫିଲ୍ମର ଶୁଭ ମହୁରତ ଅନୁ୍‌ଷ୍ଠିତ ହୋଇଥିଲା । ଏହି ଅବସରରେ ଫିଲ୍ମର ସମସ୍ତ କ୍ରିଉ ଉପସ୍ଥିତ ଥିଲେ । ସ୍ୱପ୍ନାରାଣୀ ପ୍ରଡକ୍ସନ୍ସ ବ୍ୟାନର ତଳେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସଂଜୀବ କୁମାର ପଣ୍ଡା । ସେହିଭଳି କାହାଣୀ ଓ ସଂଳାପ ଦାୟିତ୍ୱ ନେଇଛନ୍ତି ସତ୍ୟ ରଂଜନ ମିଶ୍ର ।

ଫିଲ୍ମର ଅଭିନୟରେ ଲିଡ୍ ଷ୍ଟାରକାଷ୍ଟ ଛଡା ହାସ୍ୟ କଳାକାର ଗୁଡୁ, ଜୀବନ ପଣ୍ଡା, ଯାତ୍ରା ଦୁନିଆର ବାଦଶାହ ଦୌତାରୀ ପଣ୍ଡା, ପିୟୁଷ ତ୍ରିପାଠୀ, ସୁଦର୍ଶନ ଓ ଶିବାଜୀଙ୍କୁ ଅନ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଜଣାଶୁଣା କଳାକାର ଏହି ଫିଲ୍ମର ୟୁଏସ୍‌ପି ଫାକ୍ଟର ସାଜିଥିବାବେଳେ ମିଟୁ ମାନଓ ଦେବେ ସଙ୍ଗୀତ ନିର୍ଦ୍ଦେଶନା । ହ୍ୟୁମାନ ସାଗର, ତାରିକ ଅଜିଜ୍‌, ଅସୀମା ପଣ୍ଡା ଓ ଦିପ୍ତୀରେଖାଙ୍କ ଭଳି ନାମୀ କଣ୍ଠଶିଳ୍ପୀ ଫିଲ୍ମରେ ଥିବା ଗୀତଗୁଡିକରେ ନିଜ ସ୍ୱରକୁ ସଜାଇଛନ୍ତି । ଚଳିତମାସ ୧୫ରୁ କଟକ, ଭୁବନେଶ୍ୱର ଓ କେନ୍ଦୁଝର ସମେତ ଓଡିଶାର ବିଭିନ୍ନ ଅଂଚଳରେ ସୁଟିଂ ଆରମ୍ଭ ହେବାକୁ ଯୋଜନା ରହିଛି ।

Comments are closed.