Latest Odisha News

BREAKING NEWS

ଆସନ୍ତୁ ଜାଣିବା ଫେଡେରରଙ୍କ ବିଶ୍ୱ ରେକର୍ଡ କିଏ ଭାଙ୍ଗିଲେ

ଲଣ୍ଡନ: ସୁଇଜରଲାଣ୍ଡର ମହାନ ଟେନିସ ଖେଳାଳି ରୋଜର ଫେଡେରର ସର୍ବାଧିକ ସପ୍ତାହ ଏଟିପି ର‌୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ରହି ବିଶ୍ୱରେକର୍ଡ ସ୍ଥାପନ କରିଥିଲେ । ଆଜି ତାଙ୍କର ଏହି ରେକର୍ଡକୁ ସର୍ବୟାର ନୋଭାକ ଜୋକୋଭିଚ ଭାଙ୍ଗି ଦେଇଛନ୍ତି । ଫେଡେରର ୩୧୦ ସପ୍ତାହ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଜୋକୋଭିଚ ବର୍ତମାନ ୩୧୧ ସପ୍ତାହ ଏହି ପୋଜିଶନରେ ରହିଛନ୍ତି ।

ନିକଟରେ ସେ ୯ମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ ଟାଇଟଲ ହାସଲ କରିଥିଲେ । ୩ ବର୍ଷ ତଳେ ଜୋକୋଭିଚ ର‌୍ୟାଙ୍କିଙ୍ଗରେ ଶୀଷ ସ୍ଥାନ ହାସଲ କରିଥିଲେ । ଏହି ରେକର୍ଡ ହାସଲ କରିବା ନିଶ୍ଚିତ ଭାବେ ମୋ ପାଇଁ ଗର୍ବର ବିଷୟ । ତେବେ ଆଗକୁ ଅଧିକରୁ ଅଧିକ ଗ୍ରାଣ୍ଡସ୍ଲାମ ଜିତିବା ମୋର ମୂଳ ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.