Latest Odisha News

BREAKING NEWS

କୋଲକାତାର ବଡ ବଜାର ଅଞ୍ଚଳରେ ଅଗ୍ନିକାଣ୍ଡ, ନିଆଁ ଲିଭାରେ ଲାଗିଛି ୮ ଦମକଳ ଗାଡ଼ି

କୋଲକାତା: କୋଲକାତାର ବଡ ବଜାର ଅଞ୍ଚଳର ଷ୍ଟ୍ରେଣ୍ଡ ରୋଡରେ ଥିବା ୧୨ ମହଲାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।

ସୂଚନା ଅନୁଯାୟୀ, ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୮ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି। ଏହି କୋଠାରୁ ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଥିଲା ବେଳେ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଯାଇଛି।

କୋଲକାତା ପୋଲିସର ଜଣେ ଅଧିକାରୀଙ୍କ ଅନୁଯାୟୀ ସୋମବାର ସନ୍ଧ୍ୟା ପ୍ରାୟ ୬.୧୦ ସମୟରେ ଏହି ଅଘଟଣ ଘଟିଛି। କୌଣସି କାରଣବଶତଃ ବିଲ୍ଡିଂରେ ନିଆଁ ଲାଗିବା ପରେ ଲୋକମାନେ ତୁରନ୍ତ ପୋଲିସକୁ ଜଣାଇଥିଲେ। ସୂଚନା ପାଇବା ପରେ ୮ ଟି ଅଗ୍ନି ଇଞ୍ଜିନ ଘଟଣାସ୍ଥଳକୁ ପଠାଯାଇଥିଲା। ଏହି ବିଲଡିଂରେ ରେଳବାଇର ଏକ କାର୍ଯ୍ୟାଳୟ ମଧ୍ୟ ଥିବା ଅଧିକାରୀ କହିଛନ୍ତି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରାଯାଉଛି।

ଏହି ଦୁର୍ଘଟଣାରେ ଏଯାବତ୍ କୌଣସି ଆହତ ହୋଇ ନ ଥିବା ପୋଲିସ କହିଛି।

Comments are closed.