Latest Odisha News

BREAKING NEWS

ସମସ୍ତ ମହିଳା ଥାନା ଅଧିକାରୀଙ୍କ ସହ କଥା ହେଲେ ପୋଲିସ ଡିଜି, ନାରୀ ନିର୍ଯାତନାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ରାଜ୍ୟର ସମସ୍ତ ମହିଳା ଥାନା ଅଧିକାରୀ ଓ ଏସଏଚଓଙ୍କ ସହ କଥା ହୋଇଛନ୍ତି । ଭିଡିଓ କନଫରେନ୍ସିଂରେ ଆୟୋଜିତ ଏହି ବୈଠକରେ ଏଡିଜି (ମୁଖ୍ୟାଳୟ), ଏଡିଜି କ୍ରାଇବ୍ରାଞ୍ଚ, ସମସ୍ତ ଜିଲ୍ଲାର ଏସପି ଆଦି ଯୋଗ ଦେଇଥିଲେ ।

 DGP Directs To Take exemplary action in crime against women

ପୋଲିସ ଡିଜି ସମସ୍ତ ମହିଳା ପୋଲିସ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେମାନଙ୍କ ବଳିଷ୍ଠ ନେତୃତ୍ୱ ଓ ସହଯୋଗ ଯୋଗୁଁ ରାଜ୍ୟରେ ପୋଲିସ ବ୍ୟବସ୍ଥା ସୁଦୃଢ଼ ହୋଇଛି । ସମାଜରେ ଆଇନଶୃଙ୍ଖଳା ବଜାୟ ରଖିବା ଲାଗି ଆଗକୁ ସେମାନେ ଏହିଭଳି ନିଷ୍ଠାର ସହ କାର୍ଯ୍ୟ ଜାରି ରଖିବାକୁ ଡିଜିପି ଆହ୍ୱାନ ଦେଇଛନ୍ତି ।

ଏବେ ରାଜ୍ୟର ପ୍ରାୟ ୧୦୦ ଗୋଟି ଥାନା ମହିଳା ଅଧିକାରୀଙ୍କ ନେତୃତ୍ୱରେ ପରିଚାଳିତ ହେଉଛି । ଓଡ଼ିଶା ସମ୍ଭବତଃ ଦେଶର ପ୍ରଥମ ରାଜ୍ୟ ଯେଉଁଠି ସର୍ବାଧିକ ମହିଳା ଏସଏଚଓ ଅଛନ୍ତି । ମହିଳା ଅଧିକାରୀ ନିୟୋଜିତ ସ୍ଥାନରେ ସୁସ୍ଥ କର୍ମ ବାତାବରଣ ବୃଦ୍ଧି ଲାଗି ଡିଜିପି ଗୁରୁତ୍ୱାରୋପ କରିଛନ୍ତି ।

 DGP Directs To Take exemplary action in crime against women

ଏଥିସହ ମହିଳାଙ୍କ ପ୍ରତି ହେଉଥିବା ହିଂସା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ଏହି ଅବସରରେ ଡିଜିପି ପୋଲିସକୁ କିଭଳି ଲୋକାଭିମୁଖି କରିବା ସହ ନାରୀ ଓ ଛୁଆ ନିର୍ଯାତନା ରୋକିବା ଦିଗରେ ସଶକ୍ତ କରାଯାଇ ପାରିବ ଆଲୋଚନା କରିଥିଲେ । ବୈଠକରେ ଆଲୋଚନା ହୋଇଥିବା ପ୍ରସ୍ତାବ ଦିଗରେ କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ପୋଲିସ ଡିଜି ।

Leave A Reply

Your email address will not be published.