Latest Odisha News

BREAKING NEWS

ଫିଲ୍ମ ‘ସାଇଲେନ୍ସ’ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: ମଙ୍ଗଳବାର ଅଭିନେତା ମନୋଜ ବାଜପେୟୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାଇଲେନ୍ସ କ୍ୟାନ୍ ୟୁ କ୍ୟାନ୍‌ ହିୟର୍‌ ଇଟ୍‌’ର ଟ୍ରେଲର୍‌ ରିଲିଜ୍ ହୋଇଛି। ଏହା ଶୁଣିବା ପରେ ମନୋଙ୍କ ବାଜପେୟୀଙ୍କ ପ୍ରଶଂସକ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ଏପର୍ଯ୍ୟନ୍ତ ମନୋଜ ବାଜପେୟୀଙ୍କ ଚଳଚ୍ଚିତ୍ର ଫ୍ୟାମିଲି ମ୍ୟାନ୍‌ ୨ ଏପର୍ଯ୍ୟନ୍ତ ରିଲିଜ ହୋଇନି।

ମନୋଜ ବାଜପେୟୀ ଏହି ଚଳଚ୍ଚିତ୍ରରେ ଜଣେ ପୋଲିସ ଅଧିକାରୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଅବନ ଭାରୁଚାଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ସାଇଲେନ୍ସ ଏକ ହତ୍ୟା ରହସ୍ୟ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ମନୋଜ ବାଜପେୟୀ ଏସିପି ଅବିନାଶଙ୍କ ଭୂମିକାରେ ଅଭିନୟ କରୁଛନ୍ତି।

ଜଣେ ମହିଳାଙ୍କ ହତ୍ୟାକୁ ନେଇ ସାଇଲେନ୍ସ ଜାରି ରହିଥାଏ ଏବଂ ଏସିପି ଅବିନାଶ ହିଁ ଏହି ମାମଲାର ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଚଳଚ୍ଚିତ୍ରରେ ପ୍ରାଚୀ ଦେଶାଇ ଏବଂ ଅର୍ଜୁନ ମାଥୁର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

Comments are closed.