Latest Odisha News

ଜାଗର ଯାତ୍ରା ପାଇଁ କମିସନରେଟ ପୋଲିସର ପ୍ରସ୍ତୁତି

ଭୁବନେଶ୍ବର : ଆସନ୍ତାକାଲି ମହା ଶିବରାତ୍ରୀ । ସମଗ୍ର ରାଜ୍ୟ ସମେତ ଏକାମ୍ରକ୍ଷେତ୍ର ଭୁବନେଶ୍ବରେ ପାଳନ ହେବ ଜାଗର । ପବିତ୍ର ଜାଗର ପାଇଁ ଭୁବନେଶ୍ବର କମିସନରେଟ ପୋଲିସ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଜାଗର ପାଇଁ ସୁରକ୍ଷା ଦାୟିତ୍ୱରେ ମୁତୟନ ହେବେ ୩୪ ପ୍ଲାଟୁନ ଫୋର୍ସ । ଡିସିପିଙ୍କ ଅଧୀନରେ ୫ ଜଣ ଅତିରିକ୍ତ ଡିସିପି ଓ ୧୩ ଜଣ ଏସିପି ଆଇନଶୃଙ୍ଖଳା ପରିସ୍ଥିତିର ତଦାରଖ କରିବେ । ସେହିପରି ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ରହିବେ ୧୭ ଜଣ ଇନ୍ସପେକ୍ଟର ଓ ୮୬ ଜଣ ସବଇନ୍ସପେକ୍ଟର । ଏହାଛଡ଼ା ଟ୍ରାଫିକ ନିୟନ୍ତ୍ରଣ ପାଇଁ କରାଯାଇଛି ବ୍ୟାପକ ବ୍ୟବସ୍ଥା ।

ଅନ୍ୟପଟେ କରୋନା କଟକଣା ପାଇଁ ମନ୍ଦିରରେ ଭିଡ଼ ନ କରିବାକୁ ଜନସାଧାରଣଙ୍କୁ କମିସନରେଟ୍ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । କୋଭିଡ ନିୟମ ମାନି ଶ୍ରଦ୍ଧାଳୁମାନେ ଦର୍ଶନ କରିବେ । ମନ୍ଦିର ବେଢ଼ାରେ ଜାଗର ଦୀପ ଜାଳି ପାରିବେ ଶ୍ରଦ୍ଧାଳୁ । ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ ।

Comments are closed.