ଅନୁଗୁଳ: ଜଙ୍ଗଲ ଜଳୁଛି, ଗଛଲତା ପୋଡ଼ି ଯିବା ସହ ବାସସ୍ଥାନ ହରାଉଛନ୍ତି ବନ୍ୟଜନ୍ତୁ । କିଛି ବନ୍ୟଜନ୍ତୁ ନିଆଁରେ ପୋଡ଼ି ଯାଉଥିବା ମଧ୍ୟ ଅଭିଯୋଗ ହେଉଛି । ଦିନକୁ ଦିନ ଜଙ୍ଗଲ ନଷ୍ଟ ବଢ଼ି ଚାଲଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଛନ୍ତି ହାତୀ । ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଥିବା ହୀତ କୂଅରେ ଖସି ପଡ଼ିଛି । ଅନୁଗୁଳ ଜିଲ୍ଲା ପୁରୁଣା ସେକ୍ସନର ବାଲିଜେରଙ୍ଗରେ କୂଅ ଭିତରେ ହାତୀ ଫସି ରହିଛି ।
ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ ବାଲିଜେରଙ୍ଗ ଗାଁ କୂଅରେ ହାତୀଟି ପଡ଼ି ଯାଇଥିଲା । ସକାଳୁ କୂଅ ଭିତରେ ହାତୀ ପଡ଼ିଥିବା ଦେଖି ଗ୍ରାମବାସୀ, ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ଓ ଅଗ୍ନିଶମ ବାହିନୀ ପହଞ୍ଚି କୂଅ ଭିତରୁ ହାତୀକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।
Comments are closed.