Latest Odisha News

BREAKING NEWS

ଅଘୋରୀଙ୍କ ରହସ୍ୟମୟ ଜୀବନ, ମୃତ୍ୟୁକୁ ନଥାଏ ତିଳେ ମାତ୍ର ଭୟ

ଭଗବାନ ଶିବଙ୍କ ପରମ ଭକ୍ତ ହେଉଛନ୍ତି ଅଘୋରୀ ବାବା । ହିନ୍ଦୁ ଧର୍ମରେ କେତେକ ପ୍ରକାର ସାଧୁ-ସନ୍ଥ ଥିବାବେଳେ ସମସ୍ତଙ୍କ ଠାରୁ ଅଲଗା ହେଉଛନ୍ତି ଅଘୋରୀ । ଏମାନେ ସାଂସାରିକ ଓ ଗୃହସ୍ଥ ଜୀବନଠାରୁ ଦୂରେଇ ରହି ଭଗବାନ ଶିବଙ୍କୁ ଆରାଧନାରେ ଲୀନ ହୋଇଥାନ୍ତି ।

ଅଘୋରୀ ଓ ନାଗା ସାଧୁଙ୍କ ବେଶଭୂଷା ଅନ୍ୟ ବାବାମାନଙ୍କ ଠାରେ ବେଶ୍ ଅଲଗା ହୋଇଥାଏ । ଭଗବାନ ଶିବଙ୍କ ଭଳି ଏମାନେ ନିଜ ଶରୀରରେ ଶ୍ମଶାନର ଭସ୍ମ ଲଗାଇଥାନ୍ତି ଏବଂ ଅଧିକାଂଶ ସମୟ ତନ୍ତ୍ର ସାଧନା କରି ଧ୍ୟାନରେ ବିତାଇ ଥାନ୍ତି ।

ମାତା କାଳୀ ଓ ଭଗବାନ ଶିବଙ୍କ ଭୈରବ ଅବତାରକୁ ନିଜର ଗୁରୁ ମାନନ୍ତି ଅଘୋରୀ । ଭଗବାନ ଶିବ ଓ ମାତା କାଳୀ ଯେଉଁଭଳି ଶରୀରରେ କପାଳର ମାଳା ଧାରଣ କରନ୍ତି ଠିକ୍ ସେହିଭଳି ଅଘୋରୀ ମଧ୍ୟ କରିଥାନ୍ତି ।

 Suspicious Life Of Aghori Baba

ବିଶ୍ୱାସ ରହିଛି- ପୁର୍ନଜନ୍ମ ଚକ୍ରରୁ ମୋକ୍ଷ ପ୍ରାପ୍ତି ପାଇଁ ଲୋକ ତପସ୍ୟାରେ ମଗ୍ନ ରୁହନ୍ତି । ଏଥିପାଇଁ ଅଘୋରୀଙ୍କ ଦର୍ଶନ ମୁସ୍କିଲ୍ ଅଟେ । ସାଧାରଣତଃ ଦିନବେଳା ଏମାନେ ଦୃଷ୍ଟିଗୋଚର ହୋଇନଥାନ୍ତି । ବରଂ ମହାଶିବରାତ୍ରୀ ଓ କୁମ୍ଭମେଳା ଭଳି ଧାର୍ମିକ ଉତ୍ସବରେ ଏମାନଙ୍କୁ ଦେଖିବାକୁ ମିଳିଥାଏ ।

ତେବେ, ଅଘୋରୀ ଅନ୍ୟ କୌଣସି ହିନ୍ଦୁ ଦେବାଦେବୀଙ୍କ ପୂଜାରେ ବିଶ୍ୱାସ ରଖିନଥାନ୍ତି । ସେମାନଙ୍କ ଅନୁସାରେ, ଭଗବାନ ଶିବ ହିଁ ପରମ ବିଧ୍ୱଂସକ ଅଟନ୍ତି । କେବଳ ଶିବ ହିଁ ସେମାନଙ୍କ ମୋକ୍ଷ ଦେଇପାରିବେ । ଅଘୋରୀ ଶିବଙ୍କୁ ସର୍ବଜ୍ଞ, ସର୍ବବ୍ୟାପୀ, ସର୍ବଶକ୍ତିମାନ ମାନିଥାନ୍ତି ।

 Suspicious Life Of Aghori Baba

ଧାର୍ମିକ ମାନ୍ୟତା ଅନୁସାରେ, ମୃତ୍ୟୁକୁ ନେଇ ଅଘୋରୀଙ୍କ ମନରେ କୌଣସି ପ୍ରକାରର ଭୟ ନଥାଏ । ଏମିତି ବି କୁହାଯାଏ ଅଘୋରୀ ମୃତଦେହ ସହ ଖାଆନ୍ତି ଏପରିକି ରାତ୍ରୀ ଯାପନ ବି କରନ୍ତି ଶବ ସହ । ସର୍ବପ୍ରଥମେ ଅଘୋରୀଙ୍କ ଉତ୍ପତ୍ତି କାଶୀରୁ ହୋଇଥିଲା । ସେବେଠାରୁ ଏହା ମନ୍ଦିରରେ ପରିବ୍ୟାପ୍ତ ହୋଇଛି ।

ନେପାଳର ଅଘୋରୀ କୂଟୀ, କାଳୀ ମଠ, ପଶ୍ଚିମବଙ୍ଗର ତାରା ପୀଠ, ମଦୁରୈର କପାଳେଶ୍ୱର, ଚିତ୍ରକୂଟ, କୋଲକାତାର ଦକ୍ଷିଣେଶ୍ୱର କାଳୀ ମନ୍ଦିର, ଆଫଗାନିସ୍ତାନର ଲାଲଜୀ ପୀରରେ ଅଘୋରୀ ରହିବା ସହ ସାଧନା କରିଥାନ୍ତି ।

Leave A Reply

Your email address will not be published.