Latest Odisha News

ଭୁବନେଶ୍ୱର ରେଲୱେ ଷ୍ଟେସନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ଭୁବନେଶ୍ୱର ରେଲୱେ ଷ୍ଟେସନର ଯାତ୍ରୀ ବିଶ୍ରାମ ଗୃହ ନିକଟରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିବା ଫଳରେ ଯାତ୍ରୀମାନେ ଭୟଭୀତ ହୋଇପଡିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଆଜି ସକାଳ ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଯାତ୍ରୀ ବିଶ୍ରାମ ଗୃହ ଭିତରେ ଧୂଆଁ ପଶି ଯିବାରୁ ଯାତ୍ରୀମାନେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ।

ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା । ଅନ୍ୟପକ୍ଷରେ ଏହି ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଏଯାବତ୍ ସ୍ପଷ୍ଟ ସୂଚନା ମିଳିପାରିନାହିଁ ବୋଲି ସୁତ୍ରରୁ ପ୍ରକାଶ ।

ତେବେ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ତଥା କେହି ବ୍ୟକ୍ତି ଆହତ ହୋଇନଥିବା ନେଇ ସୂଚନା ମିଳିଛି ।

Comments are closed.