Latest Odisha News

ରାଧେଶ୍ୟାମର ନୂତନ ପୋଷ୍ଟର ଜାରି, ଶୀତଳତାରେ ପ୍ରେମର ଉଷ୍ମତା

ମୁମ୍ବାଇ: ମହାଶିବରାତ୍ରୀ ଅବସରରେ ଲୋକପ୍ରିୟ ଅଭିନେତା ତଥା ବାହୁବଳୀ ଫେମ୍ ପ୍ରଭାସ ତାଙ୍କର ଆଗାମୀ ଫିଲ୍ମ ରାଧେଶ୍ୟାମର ଆଉ ଏକ ପୋଷ୍ଟର ଜାରି କରିଛନ୍ତି । ଏଥିରେ ପ୍ରଭାସ ଓ ପୂଜା ହେଗଡେଙ୍କ ରୋମାଂଟିକ ଲୁକ୍ ଦେଖିବାକୁ ମିଳିଛି । ବରଫ ଆଚ୍ଛାଦିତ ଭୂମିରେ ଉଭୟ ରୋମାଂଟିକ ଶୈଳୀରେ ଶୋଇ ରହିଛନ୍ତି । ଏହି ପୋଷ୍ଟରକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରିବା ଆରମ୍ଭ କରି ଦେଇଛନ୍ତି ।

ପ୍ରଭାସଙ୍କ ଏହି ଫିଲ୍ମ ୩୦ ଜୁଲାଇ ୨୦୨୧ରେ ରିଲିଜ ହେବ । ଫିଲ୍ମର କାହାଣୀ ସମ୍ପୂର୍ଣ୍ଣ ଭାବେ ଜଣା ପଡି ନ ଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭାବେ ଏକ ପ୍ରେମ କାହାଣୀ ପରି ଜଣାପଡୁଛି । ମହାଶିବରାତ୍ରୀ ଅବସରରେ ଆପଣମାନଙ୍କ ସହ ନୂତନ ପୋଷ୍ଟର ଶେୟାର କରି ଖୁସି ଅନୁଭବ କରୁଛି ବୋଲି ପ୍ରଭାସ ଲେଖିଛନ୍ତି ।

Comments are closed.