Latest Odisha News

ଆଜି ରାଜ୍ୟରୁ ସୁସ୍ଥ ହେଲେ ୮୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୮୬ କରୋନା ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । କଟକରୁ ସର୍ବାଧିକ ୧୬ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ସମ୍ବଲପୁରରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ଖୋର୍ଦ୍ଧାରୁ ୮ ଜଣ, ମୟୂରଭଞ୍ଜରୁ ୬, ବାଲେଶ୍ବର ଓ ଝାରସୁଗୁଡ଼ାରୁ ୫ ଜଣ ଲେଖାଏଁ, ନବରଙ୍ଗପୁର, ପୁରୀ ଓ ସୋନପୁରରୁ ୪ ଜଣ ଲେଖାଏଁ, ବରଗଡ଼ରୁ ୩ ଜଣ, ଅନୁଗୁଳ, ନୟାଗଡ଼ ଓ ଷ୍ଟେଟ୍ ପୁଲରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୩୫ ହଜାର ୪୦୮ ଜଣ କରୋନା ଆକ୍ରାନ୍ତ ।

Comments are closed.