ଅହମ୍ମଦାବାଦ: ଆଜିଠୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ଟି-ଟ୍ୱେଣ୍ଟି ସିରିଜ । ସନ୍ଧ୍ୟା ୭ଟାରେ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଟି-ଟ୍ୱେଣ୍ଟିର ଶ୍ରେଷ୍ଠ ଦୁଇଟି ଦଳ ମଧ୍ୟରେ ମୁକାବିଲା । ତେଣୁ ଲଢ଼େଇ ଜୋରଦାର ହେବା ଆଶା କରାଯାଉଛି । ଟେଷ୍ଟରେ ଇଂଲଣ୍ଡ ପରାସ୍ତ ହୋଇଥିଲେ ବି ଟ୍ୱେଣ୍ଟି ଟ୍ୱେଣ୍ଟିରେ ପାଓ୍ୱାରଫୁଲ୍ ଟିମ୍ । କୋହଲି ଏଣ୍ଟ କୋକୁ ଚେକମେଟ୍ ଦେବାକୁ ଦମ୍ ରଖିଛି ଇଂଲିଶ ବାହିନୀ ।
ରୋହିତଙ୍କ ସହ କିଏ କରିବେ ଓପେନିଂ ?
ଟେଷ୍ଟ ମ୍ୟାଚକୁ ୩-୧ରେ ଜିତିଥିବାରୁ ଟିମ୍ ଇଣ୍ଡିଆର ମନୋବଳ ଦୃଢ଼ ରହିଛି । ଏବେ ଭାରତ ପାଖରେ ସବୁ ସ୍ଥାନରେ ଖେଳିବା ନେଇ ବିକଳ୍ପ ରହିଛି । ରୋହିତ ଶର୍ମାଙ୍କ ସହ ଶିଖର ଧଓ୍ୱନ କି ଲୋକେଶ ରାହୁଲ, କିଏ କରିବେ ଓପେନିଂ ତାଉପରେ ନଜର ରହିଛି । ଯଦି ଧଓ୍ୱନ ଖେଳନ୍ତି ତେବେ ଚାରି ନମ୍ବରରେ ରାହୁଲଙ୍କୁ ଖେଳାଇ ପାରନ୍ତି ବିରାଟ କୋହଲି ।

ଶ୍ରେୟସ ଓ ସୂର୍ଯ୍ୟକୁମାରଙ୍କ ମଧ୍ୟରୁ କିଏ ଖେଳିବେ ?
ଏମିତି ହେଲେ ଶ୍ରେୟସ ଆୟାର ନହେଲେ ଆଇପିଏଲ୍ ଷ୍ଟାର ସୂର୍ଯ୍ୟକୁମାର ଯାଦବଙ୍କ ଭିତରୁ ଜଣେ ବାହାରେ ବସିବେ । ଶ୍ରେୟସ ଓ ସୂର୍ଯ୍ୟକୁମାର ଚାରି କିମ୍ବା ପାଞ୍ଚ ନମ୍ୱରରେ ଆକ୍ରମଣାତ୍ମକ ବ୍ୟାଟିଂ କରିପାରିବେ । ଜବରଦସ୍ତ ଫର୍ମରେ ଥିବା ରିଷଭ ପନ୍ଥଙ୍କଠାରୁ ବଡ଼ ସର୍ଟ ଆଶା କରାଯାଉଛି । ହାର୍ଦ୍ଦିକ ପାଣ୍ଡ୍ୟା ହିଟ୍ କଲେ ବଡ଼ ସ୍କୋର କରିବ ଟିମ୍ ଇଣ୍ଡିଆ ।
ଭୁବନେଶ୍ୱର କୁମାରଙ୍କ ଉପରେ ନଜର
ଲମ୍ବା ସମୟ ପରେ ବୋଲିଂ ସ୍କ୍ୱାଡକୁ ଫେରିଛନ୍ତି ଭୁବନେଶ୍ୱର କୁମାର । ତାଙ୍କ ସହ ସାର୍ଦ୍ଦୁଲ ଠାକୁର, ନଭଦୀପ ସାଇନିଙ୍କ ମଧ୍ୟରୁ କେହି ଜଣେ ଖେଳିବେ । ସ୍ପିନ୍ ଭାର ରହିବ ଯୁଜବେନ୍ଦର ଚହଲଙ୍କ କାନ୍ଧରେ । ଅକ୍ଷର ପଟେଲ ନହେଲେ ଓ୍ୱାଶିଂଟନ୍ ସୁନ୍ଦରଙ୍କ ମଧ୍ୟରୁ ବି କାହାକୁ ଜଣଙ୍କୁ ମିଳିପାରେ ସୁଯୋଗ ।

ସେପଟେ ଇଂଲଣ୍ଡ ପାଖରେ ଅଛନ୍ତି ଟି-ଟ୍ୱେଣ୍ଟି ସ୍ପେସାଲିଷ୍ଟ । ଅଧିନୟକ ଇୟନ ମୋର୍ଗାନ୍, ଜୋସ୍ ବଟଲର, ଜାସନ୍ ରଏ, ବେନ ଷ୍ଟୋକସଙ୍କ ଭଳ୍ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଅଛନ୍ତି । ଅଲରାଉଣ୍ଡରଙ୍କ ଦମରେ ମ୍ୟାଚ୍ ଜିତୁଛି ଇଂଲିଶ ବାହିନୀ । ବେନ୍ ଷ୍ଟୋକସ୍, ସାମ କୁରେନ୍, ମୋଇନ୍ ଅଲ୍ଲୀ ଓ ଜୋଫ୍ରା ଆର୍ଚର ବି କମାଲ କରି ପାରନ୍ତି । ତେଣୁ ଆଜି ଟକ୍କର ଜୋରଦାର ହେବ । ଭାରତ-ଇଂଲଣ୍ଡ ବର୍ତ୍ତମାନ ସୁଦ୍ଧା ୧୪ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି । ଉଭୟ ଦଳ ୭ଟି ଲେଖାଏ ମ୍ୟାଚ୍ ଜିତିଛନ୍ତି ।
BREAKING NEWS
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
- ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ
- ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି; ବିରୋଧୀଙ୍କ ପ୍ରତିବାଦରେ ସାମିଲ ବିଜେଡି
- ଆସନ୍ତା ୩ ଦିନ ଯାଏଁ ଭିଜିବ ଓଡ଼ିଶା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ନିର୍ବାଚନକୁ ନେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ୯ ଅଟକ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
- SIR ବିରୋଧରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନେକ ନେତା ଅଟକ, CECଙ୍କ ଇସ୍ତଫା ଦାବି
- ନାଇଜେରିଆରେ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୩୨ ଜୀବନ
- Asian Games 2026: ଝିଅ ଦେଖାଇଲେ ଦମ୍…୮୫ ପଦକ ପରେ ବି ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ! ପୂର୍ବ ଅପେକ୍ଷା କମିଲା ସଂଖ୍ୟା, ‘ସ୍ୱର୍ଣ୍ଣ’ରେ କାହିଁକି ପଛରେ ପଡ଼ିଲା ଭାରତ?

Comments are closed.