Latest Odisha News

BREAKING NEWS

ଆରମ୍ଭରୁ ଧାନ ତାତି, ବିଧାନସଭା ସାଢ଼େ ୧୧ଟା ଯାଏ ମୁତଲବୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟ । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ମଣ୍ଡିରୁ ଧାନ ନ ଉଠିବା ପ୍ରସଙ୍ଗ ଉଠାଇଥିଲା । ବିଧାନସଭାରେ କଂଗ୍ରେସ ବିଧାୟକ ହୋହଲ୍ଲା ଆରମ୍ଭ କରିଥିଲେ । ବିଜେପି ବିଧାୟକ ବି ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗକୁ ନେଇ ହଙ୍ଗାମା କରିଛନ୍ତି । ଗୃହ ମଧ୍ୟଭାଗରେ ଆସି ହଟ୍ଟଗୋଳ କରିବାରୁ ଚାଲି ପାରି ନଥିଲା ପ୍ରଶ୍ନକାଳ । ଫଳରେ ବାଚସ୍ପତି ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।

ସେହିପରି ଜଙ୍ଗଲ ନିଆଁକୁ ନେଇ ବିଜେପି ଦେଇଛି ମୁଲତବୀ ନୋଟିସ୍‌ । ଏହାର ଶୀର୍ଷକ ରହିଛି ‘ଷଡ଼ଯନ୍ତ୍ରରେ ଆମ ଜଙ୍ଗଲ, ଜୀବନ ଯାଉଛି ଜଳିପୋଡ଼ି, ଗ୍ରୀଷ୍ମ ଋତୁରେ ରାଜ୍ୟରେ ପ୍ରାକୃତିକ ସୌନ୍ଦର୍ୟ୍ୟ ଗଲାଣି ଉଜୁଡ଼ି’ । ଏହା ଉପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉତ୍ତର ରଖିବେ ।

ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟ ହୁଲସ୍ତୁଲ ହେବ । ବିରୋଧୀଙ୍କ ହାତରେ ଧାନ କିଣା, ଜଙ୍ଗଲ ନିଆଁ, କୋଟିଆ, ଆଇନଶୃଙ୍ଖଳା ଆଦି ମୁଦ୍ଦା ରହିଛି । ସରକାରୀ ଦଳ ବି ସବୁ ପ୍ରସଙ୍ଗକୁ ସାମନା କରିବା ପାଇଁ ତୟାର ରହିଛି ।

Leave A Reply

Your email address will not be published.