Latest Odisha News

BREAKING NEWS

ବଜେଟ୍ ୨୦୧୯: ବାର୍ଷିକ ୫ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ

ନୂଆଦିଲ୍ଲୀ: ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ଶୁକ୍ରବାର ଦିନ କହିଛନ୍ତି, ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା କର୍ମଚାରୀ, ବରିଷ୍ଠ ନାଗରିକ ତଥା ପେନସନଭୋଗୀମାନଙ୍କୁ ଆଉ କୌଣସି ଟ୍ୟାକ୍ସ ପଇଠ କରିବାକୁ ପଡ଼ିବ ନାହିଁ । ଏହି ଆୟକର ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯ୍ଧବଥିବା ଜଣାପଡ଼ିଛି । ଆଗାମୀ ସାଧାରଣ ନିର୍ବାଚନ ଆଉ ୨/୩ ମାସ ରହିଥିବା ବେଳେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ତାଙ୍କର ଅନ୍ତିମ ଆର୍ଥିକ ବଜେଟ ଭାବେ  ପାର୍ଲାମେଣ୍ଟରେ ଉପସ୍ଥାପନ କରିଛନ୍ତି ।

୧ – ଏହି ଘୋଷଣା ଅନୁଯାୟୀ, ଟିକସ ଦାତାମାନଙ୍କ ଉପରୁ ଏକ ବଡ଼ ବୋଝ ଅପସାରିତ ହେବା ସହିତ ପ୍ରାୟ ୩ କୋଟି ଟିକସ ଦାତା ଏହି ସୁବିଧା ହାସଲ କରିପାରିବେ ।
୨ – ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଷ୍ଟାଣ୍ଡାର୍ଡ଼ ଡିଡକସନକୁ ୪୦ ହଜାର ଟଙ୍କାରୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।
୩ – ବାର୍ଷିକ ୬.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିମାନଙ୍କୁ ଆୟ କର ଦେବାକୁ ପଡ଼ିବ ନାହିଁ, ଯଦି ସେମାନେ ପ୍ରୋଭିଡ଼େ ଫଣ୍ଡ ଏବଂ କେତେକ ନିର୍ଦ୍ଦାରିତ ଇକ୍ୟୁଇଟିରେ ଯଦି ପୁଞ୍ଜି ନିବେଶ କରିଥିବେ ।
୪ – ସେହିପରି ଅବସରପ୍ରାପ୍ତ କର୍ମଚାରୀ ତଥା ବରିଷ୍ଠ ନାଗରିକଙ୍କ ନିମନ୍ତେ ସେ କହିଛନ୍ତି, ୪୦, ୦୦୦ ହଜାର ଟଙ୍କା ପର୍ଯ୍ୟନ୍ତ ପୋଷ୍ଟ ଅଫିସରେ ସଞ୍ଚୟ ଲାଗି କୌଣସି ଟିଡ଼ିଏସ ଲାଗୁ ହେବ ନାହିଁ ।
୫ – ବାର୍ଷିକ ୨.୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ଘର ଭଡ଼ା ବାବଦ ଉପରେ ଟିଡ଼ିଏସ କଟିବ ନାହିଁ ।

Leave A Reply

Your email address will not be published.