Latest Odisha News

BREAKING NEWS

ବଜେଟ୍ ୨୦୧୯: ପ୍ରତିବର୍ଷ ସିଧା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ୬,୦୦୦ ଟଙ୍କା

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଭାରତୀୟ କୃଷକଙ୍କୁ ଚାଷକାର୍ଯ୍ୟରେ ସହାୟତା ପ୍ରଦାନ କରିବା ଲାଗି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଶୁକ୍ରବାର ଦିନ ବଜେଟରେ ଚାଷୀ ମାନଙ୍କ ଲାଗି ଏକ ଖୁସି ଖବର ଆଣିଦେଇଛନ୍ତି ।


ଆଜି କେନ୍ଦ୍ରମନ୍ତ୍ରୀ ଯେଉଁ ବଜେଟ ଘୋଷଣା କରିଛନ୍ତି, ସେହି ଘୋଷଣା ଅନୁଯାୟୀ ଏବେ ପ୍ରତିବର୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୬,୦୦୦ ଟଙ୍କା ସହାୟତା ରାଶି ପଠାଇଦିଆଯିବ ।

ଚାଷୀକୂଳ ପାଇଁ ଖୁସି ଖବର ନେଇ ଆସିଛି ଗୋଏଲ୍‌ଙ୍କ ୨୦୧୯ ବଜେଟ୍ । ଯେଉଁଥିରେ ଛୋଟ ଛୋଟ ଚାଷୀଙ୍କୁ ନଜରରେ ରଖାଯାଇଛି । ଆଜି ଆସିଥିବା ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ୍‌ରେ କୃଷକଙ୍କ ପାଇଁ ନୂତନ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ୍‌ । ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଘୋଷଣା କରାଯାଇଛି । ଯେଉଁଥିରେ ‘ପ୍ରଧାନମନ୍ତ୍ରୀ କିଷାନ ଯୋଜନା’ ରହିଛି । ଏହା ଜରିଆରେ ଚାଷୀଙ୍କୁ ବର୍ଷକୁ ୬,୦୦୦ ଟଙ୍କା ମିଳିବ । ଏଥିରେ ୨ ହେକ୍ଟର ଜମି ଥିବା ଚାଷୀ ଲାଭବାନ ହେବେ ।

ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ପ୍ରଧାନମନ୍ତ୍ରୀ କିଷାନ ଯୋଜନା’ରେ ୨ ହେକ୍ଟର ଜମି ଥିବା ଛୋଟ ଛୋଟ ଚାଷୀ ଉପକୃତ ହେବେ । ସେମାନେ ବର୍ଷକୁ ୬ ହଜାର ଟଙ୍କା ଡାଇରେକ୍ଟ ସପୋର୍ଟ ସିଷ୍ଟମ୍‌ ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଯିବ । ଏହା ଦ୍ୱାରା ୧୨ କୋଟି ଚାଷୀଙ୍କୁ ଲାଭବାନ ହେବେ । ଏହା ଦ୍ୱାରା ପ୍ରାକୃତିକ ବିପର‌୍ୟ୍ୟୟଭଳି ଜରୁରୀ କାଳିନୀ ପରିସ୍ଥିତିରେ ଚାଷୀଙ୍କୁ ଆର୍ଥିକ ବଳ ଦେବ । ଏହି ଯୋଜନା ୨୦୧୮ଡିସେମ୍ବର ପହିଲାରୁ ପିଛିଲା ଭାବେ ଲାଗୁ ହେବ । ଏହି ରାଶିକୁ ତିନୋଟି କିସ୍ତିରେ ୨୦୦୦ ଟଙ୍କା ଲେଖାଏଁ ଦିଆଯିବ । ଯୋଜନାରେ ବାର୍ଷିକ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ, ଯାହାର କେନ୍ଦ୍ର ସରକାର ଭରଣା କରିବେ ବୋଲି ପିୟୁଷ ଗୋଏଲ୍‌ କହିଛନ୍ତି ।

‘ପ୍ରଧାନମନ୍ତ୍ରୀ କିଷାନ ଯୋଜନା’ ରେ ବାର୍ଷିକ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ, ଯାହାର କେନ୍ଦ୍ର ସରକାର ଭରଣା କରିବେ ବୋଲି ପିୟୁଷ ଗୋଏଲ୍‌ କହିଛନ୍ତି । ଏହି ଯୋଜନା ଜରିଆରେ ୨ ହେକ୍ଟର ପର‌୍ୟ୍ୟନ୍ତ ଜମି ଥିବା ଚାଷୀଙ୍କୁ ପ୍ରତିବର୍ଷ ମିଳିବ ୬ ହଜାର ଟଙ୍କା । ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପ୍ରଦାନ କରାଯିବ । ଦେଶର ୧୨ କୋଟି ଚାଷୀ ହେବେ ଲାଭବାନ । ଡିସେମ୍ବର ୧ ରୁ ପିଛିଲା ଭାବେ ଲାଗୁ ହେବ ।ଏହି ଯୋଜନାରେ ବାର୍ଷିକ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

Leave A Reply

Your email address will not be published.