Latest Odisha News

BREAKING NEWS

କ୍ୱାଡ୍ ସମ୍ମିଳନୀରେ ଉଠିଲା ଭାରତ-ଚୀନ ପ୍ରସଙ୍ଗ

ନୂଆଦିଲ୍ଲୀ: ଶୁକ୍ରବାର ଭର୍ଚୁଆଲରେ କ୍ୱାଡ୍ ସମ୍ମିଳନୀ ବୈଠକ ହୋଇଥିଲେ । ଏଥିରେ ଏଲଏସରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ପ୍ରସଙ୍ଗ ଉଠିଛି । ପ୍ରସଙ୍ଗରେ ସମସ୍ତ ଦେଶର ନେତା ଭାରତକୁ ସମର୍ଥନ କରିବା ସହ ସହାନୁଭୂତି ଜଣାଇଛନ୍ତି ।

୨୦୨୧ ଜୁନରେ ବ୍ରିଟେନରେ ଜି୭ ଶିଖର ବୈଠକ ବେଳେ କ୍ୱାଡ୍ ନେତାଙ୍କ ଦ୍ୱିତୀୟ ବୈଠକ ହୋଇପାରେ । ତେବେ ଆମେରିକା ମଧ୍ୟ ଶିଖର ବୈଠକ ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରିଛି । ଏନେଇ ନିଷ୍ପତ୍ତି ନିଆଯାଇନାହିଁ ।

କ୍ୱାଡ୍ ସମ୍ମିଳନୀକୁ ନେଇ ବିଦେଶ ସଚିବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି- ଭାରତ ପ୍ରଶାନ୍ତ ମହସାଗର ଅଞ୍ଚଳରେ ମୁକ୍ତ, ଅବାଧ, ସମୃଦ୍ଧ ପ୍ରକୃତି ପାଇଁ ଆମେ ସମସ୍ତେ ଏକାଠି । ପିଏମ୍ କହିଛନ୍ତି- ବିଶ୍ୱର ଭଲ ଲାଗି କ୍ୱାଡ୍ ଏକ ମଞ୍ଚ । ବୈଠକରେ କୋଭିଡ୍ ଟିକା ବିତରଣଠାରୁ ନେଇ ସମୁଦ୍ର ସୁରକ୍ଷା ଯାଏ ଅନେକ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିବା ସେ ସୂଚନା ଦେଇଛନ୍ତି ।

ବୈଠକରେ ଭ୍ୟାକ୍ସିନ୍ ସହଯୋଗ ପ୍ରୟାସରେ ସମସ୍ତେ ସହମତି ଜଣାଇଛନ୍ତି । ଏବେ ଯାଏ ୭୦ ଭାରତ ୭୦ ଦେଶକୁ ଟିକା ଯୋଗାଇଛି । ନୂଆ ପ୍ରୟାସ କ୍ରମେ ଭାରତ ଟିକା ଲାଗି ନୂଆ କ୍ଷମତା ସୃଷ୍ଟି କରିବ । ଆମେରିକାର ବୈଷୟିକ ଜ୍ଞାନକୌଶଳ ଓ ଭାରତର ନିର୍ମାଣ କ୍ଷମତା ମିଶିବ । ଆମେରିକାର ଭ୍ୟାକ୍ସିନ୍ ଭାରତରେ ପ୍ରସ୍ତୁତ ହେବ । ଏହାଦ୍ୱାରା ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳର ଅନେକ ଦେଶ ଓ ଦ୍ୱୀପସମୁହ ଲାଭ ପାଇବେ ।

Leave A Reply

Your email address will not be published.